କେନ୍ଦ୍ରାପଡ଼ା(ସତ୍ୟପାଠବ୍ୟୁରୋ): ବ୍ରାହ୍ମଣୀ ନଦୀ ଉଗ୍ର ହୋଇ କୂଳ ଖାଇବାରେ ଲାଗିଛି। ଫଳରେ ବ୍ରାହ୍ମଣୀ ନଦୀବନ୍ଧର ୩୦ ଫୁଟ୍‌ ପଥର ପ୍ୟାକିଂ ଧସି ପଡ଼ିଛି। କେନ୍ଦ୍ରାପଡ଼ା ରାଜନଗର ଯଦୁଚନ୍ଦ୍ରପୁର ନିକଟରେ ବ୍ରାହ୍ମଣୀ ନଦୀ ଉଗ୍ର ହେବା ଫଳରେ ପଥର ପ୍ୟାକିଂକୁ ଧସେଇ ନେଇଛି। ଗତକାଲି ରାତିରେ ପ୍ରାୟ ୩୦ ଫୁଟ୍‌ ଚଉଡ଼ାର ପଥର ପ୍ୟାକିଂ ଭାସିଯାଇଛି। ଫଳରେ ସ୍ଥାନୀୟ ୧୨ଟି ଗାଁର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପୂର୍ବରୁ ବ୍ରାହ୍ମଣୀ ନଦୀ ଗର୍ଭରେ ବାରଗାଁର ଶହ ଶହ ପରିବାରର ଭିଟାମାଟି ଲୀନ ହୋଇସାରିଛି । ବ୍ରାହ୍ମଣୀ ନଦୀ ଭିଟାମାଟି ଖାଇବା ପରେ ତଟବନ୍ଧ ବିଭାଗ ପକ୍ଷରୁ ପଥର ପ୍ୟାକିଂ କରାଯାଇ ଗାଁକୁ ରକ୍ଷା କରିବାକୁ ଉଦ୍ୟମ କରାଯାଇଥିଲା। ୨୦୨୩ -୨୪ରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ଯଦୁଚନ୍ଦ୍ରପୁର ଠାରୁ ମା ମାଟିଆ ମଙ୍ଗଳାଙ୍କ ମନ୍ଦିର ପର୍ଯ୍ୟନ୍ତ ୮୦୦ ମିଟର ପଥର ପ୍ୟାକିଂ କରାଯାଇଥିଲା। ମାତ୍ର ନିମ୍ନମାନର କାମ ଯୋଗୁଁ ଏହା ଖସିଥିବା ଅଭିଯୋଗ ହୋଇଛି।