ବଲାଙ୍ଗୀର, (ସତ୍ୟପାଠବ୍ୟୁରୋ):: ଗାନ୍ଧୀ ଜୟନ୍ତୀରେ ଗାନ୍ଧୀଗିରି। ବଲାଙ୍ଗୀର ଜିଲ୍ଲା ସଇଁତଳାକୁ ଏନଏସି ଦାବିରେ ୩୦ କିମି ଚାଲିଲେ ଆନ୍ଦୋଳନକାରୀ। ଆଜି ଭୋର ୪ଟାରୁ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ଶହ ଶହ ମହିଳା ଏବଂ ପୁରୁଷ ସଇଁତଳାରୁ ବାହାରି ବଲାଙ୍ଗୀର ଅଭିମୁଖେ ଶୋଭାଯାତ୍ରାରେ ବାହାରି ଥିଲେ। ବଲାଙ୍ଗୀର ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ଏହାସହ ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ବିଜେଡି ସରକାର ସମୟରେ ସଇତଳାକୁ ଏନଏସି କରିବା ପାଇଁ ଘୋଷଣା କରାଯାଇଥିଲା। ହେଲେ ନୂଆ ସରକାରରେ ଏନଏସି ମାନ୍ୟତା ନ ମିଳିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଆନ୍ଦୋଳନକାରୀମାନେ ୩୦ ଦିନ ଧରି ଆନ୍ଦୋଳନରେ ବସିଥିଲେ। କେହି କର୍ଣ୍ଣପାତ ନ କରିବାରୁ ଆଜି ୩୦ କିମି ଚାଲି ଚାଲି ଆସି ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି।