ସୁନ୍ଦରଗଡ଼,  (ସତ୍ୟପାଠବ୍ୟୁରୋ): ସୁନ୍ଦରଗଡ଼ରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ବ୍ୟାଙ୍କର କାଗଜପତ୍ର ସମେତ ଆସବାବପତ୍ର ପୋଡ଼ି ପାଉଁଶ େହାଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ନିଅଁା ଆୟତ୍ତ କରିଥିଷଲ। ତେବେ ନିଅଁା କିପରି ଲାଗିଲା ତାହା ଅସ୍ପଷ୍ଟ ଥିବା େବଳେ ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।