ନୂଆଦିଲ୍ଲା, (ସତ୍ୟପାଠବ୍ୟୁରୋ): ଦିଲ୍ଲୀରେ ଅଟକ ନେତାଙ୍କୁ ଛାଡ଼, ନଚେତ୍ ଆନ୍ଦୋଳନ ତୀବ୍ରତର ହେବ। ଆସନ୍ତାକାଲି ସୁଦ୍ଧା ନେତାମାନଙ୍କୁ ମୁକ୍ତ କରା ନଗଲେ ଅନଶନ କିମ୍ବା ପଦଯାତ୍ରା ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ପରିବେଶବିତ୍ ସୋନମ୍ ୱାଙ୍ଗଚୁକ୍। ଦେଶରେ ଏବେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଚାଲିଥିବା ସେ କହିଛନ୍ତି।

ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଭୋଟର ତାଲିକାରେ ହେରଫେର ଅଭିଯୋଗ ଆଣି ବିରୋଧୀଙ୍କ ପକ୍ଷରୁ ପ୍ରତିବାଦ ଯୋଜନା କରାଯାଇଥିଲା। ଏହା ପୂର୍ବରୁ ପୋଲିସ ଅନେକ ନେତା ଓ ପ୍ରତିବାଦକାରୀଙ୍କୁ ଅଟକ ରଖିଛି। ଅଟକ ନେତାଙ୍କ ମଧ୍ୟରେ କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ସମେତ ବିରୋଧୀ ଦଳର ନେତା ମଧ୍ୟ ଅଛନ୍ତି।

ଅନ୍ୟପଟେ, ଆନ୍ଦୋଳନ ସମୟରେ ଶାନ୍ତି ବଜାୟ ରଖିବାକୁ ପୂର୍ବରୁ ଅପିଲ୍ କରିଥିଲେ ୱାଙ୍ଗଚୁକ୍। ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିକୁ ମନେ ପକାଇ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବାକୁ ସେ ଯୁବକମାନଙ୍କୁ ଅନୁରୋଧ କରିଛନ୍ତି।