ନୂଆଦିଲ୍ଲୀ (ସତ୍ୟପାଠ ବ୍ୟୁରୋ) : ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏଆଇଏସଏ ଅଧ୍ୟକ୍ଷା ନେହା ବୋରା, ଇଣ୍ଡିଆ ମେଣ୍ଟର ଅନେକ ନେତା, ବିରୋଧୀ ଦଳର ସାଂସଦ ଏବଂ ଛାତ୍ର ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।  ସମ୍ପ୍ରତି ଘଟିଥିବା ରାଜନୈତିକ ଘଟଣାବଳୀ ଏବଂ ବିରୋଧ ପ୍ରଦର୍ଶନକୁ ନେଇ ଆଗାମୀ ରଣନୀତି ଉପରେ ଆଲୋଚନା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ଏହି ବୈଠକରୁ ଆଗାମୀ ରଣନୀତି ନିର୍ଦ୍ଧାରିତ ହେବା ନେଇ ଜଣାପଡ଼ିଛି। ଗତକାଲି ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ।