ଆଖି ବୁଜିଲେ ଉନ୍ନାଓ ପୀଡ଼ିତା: ବାକି ରହିଗଲା ଶେଷ ଇଚ୍ଛା

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ଆଖି ବୁଜିଲେ ଉତ୍ତରପ୍ରଦେଶର ଉନ୍ନାଓ ପୀଡ଼ିତା । ନିଜର ଶେଷ ଇଚ୍ଛା ପୂରଣ ହୋଇପାରିଲାନି । ତେଣୁ ମୃତ୍ୟୁ ପୂର୍ବରୁ ଶେଷ ଇଚ୍ଛାକୁ ଭାଇ ଆଗରେ କହିଛନ୍ତି ପୀଡ଼ିତା । ଦିଲ୍ଲୀରେ ଥିବା ସଫଦରଗଞ୍ଜ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଗତକାଲି ରାତି ୧୧ଟା ୪୦ରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତାଙ୍କୁ ଗୁରୁବାର ସଂଧ୍ୟାରେ ଏୟାରଲିଫ୍ଟ କରି ଲଖନଉ ସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ (ସିଭିଲ) ହସ୍ପିଟାଲରୁ ଦିଲ୍ଲୀ ନିଆଯାଇଥିଲା । ପୀଡ଼ିତାଙ୍କ ଶରୀରର ୯୦ ପ୍ରତିଶତ ଜଳି ଯାଇଥିଲା ।  ପୀଡ଼ିତାଙ୍କୁ ବଞ୍ଚାଇବାକୁ ବହୁ ପରଶ୍ରମ କରିଥିଲେ ବି ଶେଷରେ ରାତି ୧୧ଟା ୪୦ରେ ତାଙ୍କର ହୃଦସ୍ପନନ୍ଦ ହଠାତ ବନ୍ଦ ହୋଇଯାଇଥିବା ମେଡିକାଲ ପକ୍ଷରୁ କୁହାଯାଇଛି । 

କ’ଣ ଥିଲା ଓନ୍ନାଓ ପୀଡ଼ିତାଙ୍କ ଶେଷ ଇଚ୍ଛା

ତେବେ ଗତକାଲି ମୃତ୍ୟୁ ପୂର୍ବରୁ ମେଡିକାଲରେ ଭାଇକୁ ଶେଷ ଇଚ୍ଛା କହିଛନ୍ତି ପୀଡ଼ିତା । ପୀଡ଼ିତା କହିଥିଲେ ଯେ ଭାଇ ମୁଁ ବଞ୍ଚିବାକୁ ଚାହୁଁଛି, ମୋତେ ବଞ୍ଚାଇ ଦିଅ । ଦୋଷୀଙ୍କୁ ଯେତେ ସମ୍ଭବ କଠୋର ଦଣ୍ଡ ଦିଅ । ।

ସୂଚନା ଅନୁସାରେ ଉନ୍ନାଓର ବିହାର ଥାନା ଅଞ୍ଚଳରେ ପୀଡ଼ିତାଙ୍କୁ ଗୁରୁବାର ଭୋର ସକାଳୁ ୫ ଜଣ ଅଭିଯୁକ୍ତ ଜୀଅନ୍ତା ଜାଳି ଦେଇଥିଲେ । ଏଥିରେ ସମ୍ପୃକ୍ତ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୀଡ଼ିତା ଥାନାରେ ଅଭିଯୋଗ କରି କହିଥିଲେ ଯେ, ଶିବମ ତ୍ରିବେଦୀ ତାଙ୍କୁ ପ୍ରେମ ଜାଲରେ ଫସାଇ ରାୟବରେଲି ନେଇ ସେଠାରେ ଦୁଷ୍କର୍ମ କରିବା ସହ ମୋବାଇଲରେ ଭିଡିଓ ରେକଡିଂ କରିଥିଲା । ଏହା ଛଡ଼ା ତାଙ୍କୁ ଅନେକ ସହର ନେଇ ଯାଇ ଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଥିଲେ । ପୀଡ଼ିତା ଯେତେବେଳେ ବିବାହ ପାଇଁ ଦାବି କଲେ, ଶିବମ ଏଥିରେ ରାଜି ହୋଇ ନଥିଲା । ଯୁବତୀଙ୍କୁ ଜଳାଇଥିବା ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଦୁଷ୍କର୍ମ କରିଥିଲେ ।

Related Posts