ସୁରଟର ରଘୁବୀର ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳି ଗଲା କୋଟି କୋଟି ଟଙ୍କାର କପଡ଼ା

ସୁରତ: ଗୁଜୁରାଟର ସୁରତସ୍ଥିତ ରଘୁବର ମାର୍କେଟ ପରିସରରେ ଭୟାବହ ଅଗ୍ନିକାଣ୍ଡ ଦେଖାଯାଇଛି । ୧୦ ମହଲା କୋଠାରେ ନିଆଁ ଲାଗିବା ପରେ ସ୍ଥାନୟୀ ଲୋକେ ଭୟଭୀତ ହୋଇପଡ଼ିଥିଲେ, ସେମାନେ ଦମକଳ ବାହିନୀକୁ ସୂଚନା ଦେଇଥିଲେ । ଲୋକଙ୍କ ଠାରୁ ଅଗ୍ନିକାଣ୍ଡ ସଂପର୍କିତ ସୂଚନା ମିଳିବା ପରେ ନିଆଁ ଲିଭାଇବାକୁ ୪୦ଟି ଦମକଳବାହିନୀର ଗାଡ଼ି ନିୟୋଜିତ ହୋଇଛି । ଦମକଳ ବାହିନୀର କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ପ୍ରବଳ ଉଦ୍ୟମ କରିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ନିଆଁ ଲାଗିବାର ଅଳ୍ପ ସମୟ ମଧ୍ୟରେ ଚାରିଆଡ଼କୁ ଏହା ବ୍ୟାପିଥିଲା । ଫଳରେ ଘଟଣାସ୍ଥଳକୁ ପ୍ରଶାସନିକ ଅଧିକାରୀମାନେ ପହଞ୍ଚିଛନ୍ତି ।

ଅଗ୍ନିକାଣ୍ଡ ସଂପର୍କିତ ସୂଚନା ମିଳିବା ପରେ ଦମକଳ ବାହିନୀର କର୍ମଚାରୀମାନେ ୪୦ଟି ଗାଡ଼ି ନେଇ ଘଟଣାସ୍ଥଳକୁ ପହଞ୍ଚିଥିଲେ । କୁହାଯାଉଛି ୧୦ ମହଲା କୋଠାରେ ପ୍ରବଳ କ୍ଷତି ହୋଇସାରିଛି । କିଛି ଦିନ ପୂର୍ବରୁ ମଧ୍ୟ ଏହି ମାର୍କେଟରେ ନିଆଁ ଲାଗିଥିଲା । ସୂଚନା ମିିଳିବା ପରେ ସୁରତର ନଗର ଆୟୁକ୍ତ ପହଞ୍ଚିଛନ୍ତି । ସେ କହିଛନ୍ତି, ଘଟଣାରେ କୌଣସି ଜୀବନକୁ କ୍ଷତି ପହଞ୍ଚି ନାହିଁ ।

ନଗର ଆୟୁକ୍ତ କହିଛନ୍ତି, ଘଟଣାର କାରଣ ଯାଞ୍ଚ କରାଯାଉଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ରିପୋର୍ଟ ଲେଖାଯିବା ବେଳକୁ୧୦ ମହଲା ବିଶିଷ୍ଟ କପଡ଼ା ବଜାରରେ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ । ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଦିଲ୍ଲର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟଣା ଘଟି ଧନ-ଜୀବନ ନଷ୍ଟ ହୋଇଥିଲା ।

Related Posts