ସତ୍ୟପାଠ ବ୍ୟୁରୋ (ନୂଆଦିଲ୍ଲୀ): ଦିଲ୍ଲୀ ହାଇକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦଣ୍ଡାଦେଶ ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରି କରାଯାଇଥିବା ମାମଲାକୁ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ।

ଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡରେ ଦଣ୍ଡିତ ୪ ଅଭିଯୁକ୍ତଙ୍କ ରାୟର ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ କରିଥିବା ମାମଲାର ଶୁଣାଣି କରିଛନ୍ତି କୋର୍ଟ । ଏହି ଆବେଦନରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ, ଦୋଷୀ ଫାଶୀ ସମୟକୁ ଜାଣିଶୁଣି ଗଡ଼ାଇବା ପାଇଁ ପ୍ରୟାସ ଚଳାଇଛନ୍ତି । ତେବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଆବେଦନ ନେଇ ଆଜି ରାୟ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ।

ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଫେବ୍ରୁଆରି ୧ ତାରିଖରେ ଫାଶୀ ହେବାକୁ ଥିବାବେଳେ ୪ ଦୋଷୀଙ୍କୁ ଫାଶୀ ହୋଇନାହିଁ। ଦୋଷୀଙ୍କ ଡେଥ୍ ୱାରେଣ୍ଟ୍ ଉପରେ ରହିତାଦେଶ ଲାଗିବା ପରେ କେନ୍ଦ୍ର ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ଡେଥ୍ ୱାରେଣ୍ଟ୍ ଉପରେ ରହିତାଦେଶକୁ ଚ୍ୟାଲେଂଜ କରି କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ ଆଧାରରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସୁରେଶ କୈତ ୪ ଜଣ ଦୋଷୀ ମୁକେଶ କୁମାର, ବିନୟ ଶର୍ମା, ପୱନ ଗୁପ୍ତା ଏବଂ ଅକ୍ଷୟ ସିଂହକୁ ନୋଟିସ୍ କରିଥିଲେ।
