ସାଂସଦଙ୍କ ସ୍ପଷ୍ଟିକରଣ ନା ସ୍ବିକାରୋକ୍ତି ?

(ସତ୍ୟପାଠ ବ୍ୟୁରୋ) କଟକ: ପ୍ରଦେଶ କଂଗ୍ରେସ୍ ପକ୍ଷରୁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ଆସିଥିବା ମିଥ୍ୟା ସତ୍ୟପାଠର ଅଭିଯୋଗର ଜବାବ ରଖିବାକୁ ଯାଇ ସାଂସଦ ଯାହା କହିଛନ୍ତି ସେଥିରୁ ତାହା ତାଙ୍କର ସ୍ପଷ୍ଟିକରଣ କି ସ୍ବିକାରୋକ୍ତି ତାହା ସ୍ପଷ୍ଟ ଭାବରେ ବୁଝାପଡୁ ନାହିଁ।

★କଂଗ୍ରେସ୍ ଅଭିଯୋଗ କରିଥିଲା ସାଂସଦଙ୍କ ବି.ଏ ସର୍ଟିଫିକେଟ ବୈଧ କି ନୁହେଁ ?

★ ବିନା ମାଇଗ୍ରେସନ ସାର୍ଟିଫିକେଟରେ ଏକ ରାଜ୍ଯ ବାହାରର ବିଶ୍ବବିଦ୍ୟାଳୟ ଅଧିନସ୍ଥ ଏକ କଲେଜରେ ନାମ ଲେଖାଇଲେ କେମିତି ?
★ସମ୍ପୃକ୍ତ ଶୋଭିତ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି କଲେଜର ସହବନ୍ଧନ ୨୦୧୦ ମସିହାରୁ ଅପସାରଣ କରାଯାଇଥିବା କଥା କେନ୍ଦ୍ର ମାନବସମ୍ବଳ ବିଭାଗ ମାନ୍ୟଵର ସୁପ୍ରିମକୋର୍ଟରେ ସତ୍ୟପାଠ କଥା ସତ ନା ମିଛ ?
★ ରେ.ନଂ -୧୪୧୦୮/୨୦୦୩ ରେ ସାଂସଦ ଅନୁଭବ ମହାନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ ଅଧିନସ୍ଥ କନ୍ଦରପୁର କଲେଜର ବି.ଏ ର ଛାତ୍ର କି ନୁହେଁ ଏବଂ ଅଦ୍ୟାବଧି ପାସ୍ କରିନଥିବା କଥା ସତ ନା ମିଛ ?

ଏ ସମସ୍ତ ପ୍ରଶ୍ନର ଉତ୍ତର କିନ୍ତୁ ସାଂସଦ ଦେଲେନାହିଁ । ବରଂ ଆଇନ ଅନୁଯାୟୀ ସେ ତାଙ୍କର ଶିକ୍ଷା ସମାପ୍ତ କରି ତଦନୁପାତିକ ତଥ୍ୟ ସତ୍ୟପାଠ ମାଧ୍ୟମରେ ନିର୍ବାଚନ କମିଶନରଙ୍କ ନିକଟରେ ଦେଇଥିବା କଥା ସଫେଇ ଦେଇଛନ୍ତି । କେନ୍ଦ୍ରାପଡାରେ ନବୀନ ବାବୁଙ୍କ ନିର୍ଦ୍ଦେଶରେ ବିକାଶର ରାସ୍ତା ଅବରୋଧ କରୁଥିବା କଂଗ୍ରେସ ଅସହିଷ୍ଣୁ ହୋଇ ଏପରି କାର୍ଯ୍ୟ କରୁଛି ବୋଲି ପାଲଟା ଅଭିଯୋଗ କରିଛନ୍ତି । ଦୁଇ ଦିନ ତଳେ ସଫଳତାର ସହ ଏକ ବିଶାଳ ଯୁବ ସମାବେଶ ସେ କରିଥିବାରୁ କଂଗ୍ରେସ ଇର୍ଶାନ୍ବିତ ହୋଇ ଏପରି କରୁଛି ବୋଲି କହିଛନ୍ତି । ଦଳ କେନ୍ଦ୍ରପଡାରେ ନିଜର ସ୍ଥିତି ହରାଇ ସାରିଥିବା ବେଳେ ଏଭଳି କାର୍ଯ୍ୟ ଉଦ୍ଦେଶ୍ୟମୂଳକ ଏଵଂ ତାଙ୍କୁ ବଦନାମ କରିବା ପାଇଁ ଏକ ଷଢଯନ୍ତ୍ର ବୋଲି କହିଛନ୍ତି ।
ପ୍ରଦେଶ କଂଗ୍ରେସ ପଚାରିଥିବା କୌଣସି ଗୋଟିର ଉତ୍ତର ସାଂସଦ ଦେଇ ପାରିନଥିବା ବେଳେ ନବୀନ ବାବୁଙ୍କ ଭାବମୂର୍ତ୍ତୀ, କେନ୍ଦ୍ରାପଡାର ବିକାଶ କଥା କହି ଟାଳି ଦେବାକୁ ଚେଷ୍ଠା କରିଛନ୍ତି । ଯଦି କଂଗ୍ରସ କରିଥିବା ଅଭିଯୋଗ ମନଗଢା ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ତା’ହେଲେ ସାଂସଦ ଆଇନର ଆଶ୍ରୟ ନେବାକୁ ବି ଚାହିଁଥିଲେ ଚେତାବନୀ ଦେଇ ପାରିଥାନ୍ତେ ଅଥଚ ତାହା ନକରି ନିଜର ପୁରୁଣା ଶୈଳୀରେ ଆଇନ କାନୁନକୁ ବାଏଁ ବାଏଁ ଉଡାଇ ଦେବାର ଅଭ୍ୟାସକୁ ଏଠିବି ପୁନରାବୃତ୍ତି କରିଛନ୍ତି । ସାଂସଦଙ୍କ ଗଣମାଧ୍ୟମକୁ ଦେଇଥିବା ଉତ୍ତରରୁ ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ସ୍ପଷ୍ଟିକରଣ ଅପେକ୍ଷା ସ୍ବିକାରୋକ୍ତି ସ୍ପଷ୍ଟ ବାରି ହୋଇପଡୁଛି ।

Related Posts