‘ସିଏଏ’ର ଶାନ୍ତିପୂର୍ଣ୍ଣ ବିରୋଧ, ଦେଶଦ୍ରୋହ ନୁହେଁ: ବମ୍ବେ ହାଇକୋର୍ଟ

(ସତ୍ୟପାଠ ବ୍ୟୁରୋ) ଔରଙ୍ଗାବାଦ: ସିଏଏ ବିରୋଧରେ ଚାଲିଥିବା ଶନ୍ତିପୂର୍ଣ୍ଣ ବିରୋଧକୁ ଦେଶଦ୍ରୋହ ବୋଲି କୁହାଯାଇପାରିବ ନାହିଁ । ଏଭଳି କହିଛନ୍ତି, ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ୍‌ । ସେମାନେ ଏକ ଆଇନକୁ ବିରୋଧ କରିବାକୁ ଚାହୁଁଥିବାରୁ ସେମାନଙ୍କୁ ଦେଶଦ୍ରୋହୀ କୁହାଯାଇପାରିବ ନାହିଁ । ସିଏଏ ବିରୋଧରେ ଆନ୍ଦୋଳନ ପାଇଁ ପୋଲିସ ଦ୍ୱାରା ଅନୁମତି ଦିଆ ନଯିବା ବିରୋଧରେ ଆବେଦନ ଉପରେ ଶୁଣାଣି କରି ଏଭଳି କହିଛନ୍ତି କୋର୍ଟ ।

ହାଇକୋର୍ଟ ବେଞ୍ଚ କହିଛନ୍ତି, ଏହି ପ୍ରକାରର ଆନ୍ଦୋଳନ ଦ୍ୱାରା ସିଏଏର ବ୍ୟବସ୍ଥାର ଅବହେଳାର କୌଣସି ପ୍ରଶ୍ନ ଉଠୁନାହିଁ । କୋର୍ଟରୁ ଏଭଳି ବ୍ୟକ୍ତିଙ୍କ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଆରମ୍ଭ କରିବା ଅଧିକାର ଉପରେ ବିଚାର କରିବାର ଅପେକ୍ଷା କରାଯାଇଥାଏ । କାରଣ ସେମାନେ ଆଇନକୁ ବିରୋଧ କରିବାକୁ ଚାହାନ୍ତି । କେବଳ ଏଇଥିପାଇଁ ତାଙ୍କୁ ଦେଶଦ୍ରୋହୀ କୁହାଯାଇ ପାରିବ ନାହିଁ । ସିଏଏ କାରଣରୁ ଏହା ସରକାରଙ୍କ ବିରୋଧରେ କେବଳ ଏକ ବିରୋଧ ପ୍ରଦର୍ଶନ ହେବ ।

ବେଞ୍ଚ୍‌ ଭିଣ୍ଡ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ (ଏଡିଏମ) ଓ ମଜଲଗାଓ ସିଟି ପୋଲିସ ଦ୍ୱାରା ଦିଆଯାଇଥିବା ୨ ଆଦେଶକୁ ରଦ୍ଦ କରି ଦେଇଛନ୍ତି । ପୋଲିସ ବିରୋଧ ପ୍ରଦର୍ଶନର ଅନୁମତି ଦେବାକୁ ମନା କରିବା ଆଧାର ରୂପେ ଏଡିଏମଙ୍କ ଆଦେଶ ବୋଲି କହିଥିଲା । ଖଣ୍ଡପୀଠରେ କୁହାଯାଇଛି ଭାରତକୁ ସ୍ୱାଧୀନତା ସେହି ଆନ୍ଦୋଳନକାରୀଙ୍କ କାରଣରୁ ମିଳିଛି, ଯେଉଁମାନେ ଅହିଂସକ ଥିଲେ ଏବଂ ଅହିଂସାର ଏହି ମାର୍ଗ ଆଜି ପର୍ଯ୍ୟନ୍ତ ଏହି ଦେଶର ଲୋକମାନେ ଗ୍ରହଣ କରିଆସିଛନ୍ତି । ଆମେ ଭାଗ୍ୟବାନ ଯେ, ଦେଶର ଅଧିକାଂଶ ଲୋକ ଏବେ ବି ଅହିଂସାକୁ ବିଶ୍ୱାସ କରୁଛନ୍ତି । ଏଥି ସହ ବେଞ୍ଚ୍‌ କହିଛନ୍ତି କି ଅହିଂସା ମାର୍ଗରେ ହେଉଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳକୁ ବନ୍ଦ କରାଯାଇ ପାରିବ ନାହିଁ ।

Related Posts