ଜନ୍ମ ହେଉ ହେଉ ଶିଶୁ ମୁଣ୍ଡରେ 18 ହଜାର ଋଣ February 17, 2020satyapathaବଡ ଖବରମୁଖ୍ୟ ଖବରରାଜ୍ୟ (ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଛୁଆ ଜନ୍ମ ହେଉ ହେଉ ମୁଣ୍ଡ ଉପରେ ୧୮ ହଜାର ଋଣ । ରାଜ୍ୟର ମୁଣ୍ଡପିଛା ଋଣ ଭାର ବଢି ୧୮,୪୯୭ ଟଙ୍କାରେ ପହଞ୍ଚିଛି । ଏନେଇ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ଦେଇଛନ୍ତି ନିରଞ୍ଜନ । ଓଡ଼ିଶାରେ ୧୮ ହଜାର ଟଙ୍କାର ଋଣବୋଝ ସହ ଜନ୍ମ ନେଉଛନ୍ତି ନବଜାତ ଶିଶୁ । ଏହା ସହ ରାଜ୍ୟରେ ଚଳିତ ଆର୍ଥିକ ବର୍ଷ ଡିସେମ୍ବର ୨୦୧୯ ସୁଦ୍ଧା ଋଣ ଭାର ହେଉଛି ୮୪,୬୭୬.୩୫ କୋଟି ଟଙ୍କା । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ପରିମାଣ ୧,୦୬୫୨୬.୮୬ କୋଟି ହେବ ବୋଲି ବଜେଟରେ ଆକଳନ କରାଯାଇଛି । ଡିସେମ୍ବର ୨୦୧୯ ସୁଦ୍ଧା ରାଜ୍ୟ ସରକାରଙ୍କ ମୁଣ୍ଡପିଛା ଋଣଭାର ୧୮୪୯୭.୫୮ ଟଙ୍କା ଅଛି ବୋଲି ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ ।
ଯେଉଁ ଲୋକମାନେ ମହିଳା ସଂରକ୍ଷଣ ବିଲକୁ ବିରୋଧ କରିବେ, ଦେଶର ମହିଳାମାନେ ସେମାନଙ୍କୁ କ୍ଷମା ଦେବେ ନାହିଁ: ମୋଦୀ April 16, 2026
ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ଦାଖଲ କଲେ ସାଂସଦ ହରିବଂଶ ନାରାୟଣ ସିଂହ, ୧୭ରେ ନିର୍ବାଚନ April 16, 2026