ଅନୁପଙ୍କ ନାଁରେ ଥିବା ଇନୋଭା ଗାଡ଼ି ଏବେ କେଉଁଠି ? February 17, 2020satyapathaଅପରାଧବଡ ଖବରମୁଖ୍ୟ ଖବରରାଜ୍ୟ ବହୁ ଚର୍ଚ୍ଚିତ ମାଆ ଝିଅ ହତ୍ୟା ମାମଲାର ଗୁମର ଖୋଲିବାକୁ ଛତିଶଗଡ଼ ପୋଲିସର ତନାଘନା । ହତ୍ୟାକାଣ୍ଡ ବେଳେ ଘଟଣା ସ୍ଥଳରେ ଗୋଟିଏ ନୁହେଁ, ଦୁଇଟି ଗାଡ଼ି ଥିବା ସନ୍ଦେହ କରାଯାଉଛି । ପୂର୍ବରୁ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଖୋଜା ଚାଲିଥିବା ବେଳେ ଏବେ ଇନୋଭା ଗାଡ଼ି ଥିବା ଜଣାପଡ଼ିଛି । ଏବେ ସାମନାକୁ ଆସିଛି ଅନୁପଙ୍କ ନାଁରେ ଥିବା ଏକ ଇନୋଭା କାର । ଏହି କାରର ନମ୍ବର ଥିଲା OD02-V- 9744 । ଏହାକୁ ୨୦୧୫ ଜୁଲାଇରେ ପଞ୍ଜିକରଣ କରାଯାଇଥିଲା । ତେବେ ଏହା ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଛି କି ନାହିଁ ତାହାର ସୂଚନା ମିଳିନାହିଁ । ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ମାରାଥନ ଜେରା କରିବା ପରେ ଏନେଇ ସୂଚନା ପାଇଛି ଛତିଶଗଡ଼ ପୋଲିସ। ଅନୁପ ତାଙ୍କ ବୋଲେରୋ OR 02AY 8596କୁ ୨୦୧୬ରେ ତାଙ୍କର ସମ୍ପର୍କୀୟଙ୍କ କୁହାଯାଉଥିବା ସୁନୀଲ କୁମାର ସାଏଦେଓଙ୍କୁ ବିକ୍ରି କରିଦେଇଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୧୭ ଜୁଲାଇରେ ଗାଡିଟିକୁ ଗୁଜରାଟ ନେବା ପାଇଁ ଭୁବନେଶ୍ବର RTOରୁ NO OBJECTION CERTIFICATE ନିଆଯାଇଛି । କିନ୍ତୁ ଏଯାଏ ଗାଡ଼ିଟି ଗୁଜରାଟରେ ପଞ୍ଜିକୃତ ହୋଇନି ଓ ଏହା ଓଡ଼ିଶାରେ ଥିବା ଜଣାପଡ଼ିଛି । ଗାଡ଼ି ବିକ୍ରି ହେଲା ପରେ ବି ରେଜିଷ୍ଟର୍ଡ ଫୋନ୍ ନମ୍ବର ଅନୁପ ସାଏଙ୍କ ହିଁ ରହିଛି । ଏହି ଗାଡ଼ିକୁ ଖୋଜୁଛି ଛତିଶଗଡ଼ ପୋଲିସ । ଏଥି ପାଇଁ ପୋଲିସର ୨ଟି ଟିମ୍ ଗୋଟିଏ ଭୁବନେଶ୍ବରରେ ଅନ୍ୟ ଗୋଟିଏ ଝାରସୁଗୁଡ଼ାରେ ଡେରା ପକାଇଥିବା ଜଣାପଡ଼ିଛି ସେପଟେ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ନେଇ କ୍ରାଇମ୍ ସ୍ପଟରେ ଡେମୋ ପରେ ବିଚାର ବିଭାଗୀୟ ହେପାଜତରେ ଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ମୁହାଁମୁହିଁ ଜେରା କରିବା ସମ୍ଭାବନା ରହିଛି । ସେପଟେ ଜେଲ୍ ଯିବା ପୂର୍ବରୁ ଡ୍ରାଇଭର ବର୍ଦ୍ଧନ ନିଜ ସହ କିଛି ଧାର୍ମିକ ପୁସ୍ତକ ନେଇଥିବା ସୂଚନା ମିଳିଛି ।
ମମତାଙ୍କୁ ଘାରିଛି ବିଜେପି ଭୟ, ପ୍ରଥମ ଥର ପାଇଁ ଭୋଟ ଦିନ ଭବାନୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥକୁ କଲେ ପରିଦର୍ଶନ April 29, 2026