ବାହାଘର ଖବରକୁ ଡ୍ୟାନିଙ୍କ ଅସ୍ବୀକାର February 26, 2020 | 8:49 AMsatyapathaବଡ ଖବରମୁଖ୍ୟ ଖବରରାଜନୀତିରାଜ୍ୟ (ସତ୍ୟପାଠ ବ୍ୟୁରୋ)ଯାଜପୁର: ସୁକିନ୍ଦା ବିଧାୟକ ତଥା ବିଜୁ ଜନତା ଦଳର ଯୁବ ନେତା ପ୍ରୀତିରଞ୍ଜନ ଘଡ଼ାଇ ଓରଫ (ଡ୍ୟାନି) ବିବାହ ଖବରକୁ ଅସ୍ବୀକାର କରିଛନ୍ତି । ଡାନି ଓଲିଉଡ଼ ର ଜଣେ ଅଭିନେତ୍ରୀ ଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଯାହାକୁ ଡାନି ଖଣ୍ଡନ କରିଛନ୍ତି। ଅଭିନେତ୍ରୀଙ୍କ ସହ ନିର୍ବନ୍ଧ ହୋଇଥିବା ଖବର ଭିତ୍ତିହୀନ ବୋଲି କହିଛନ୍ତି। ତା ଛଡା ଏବେ ବିବାହ ନେଇ ସେଭଳି କିଛି ଯୋଜନା ନାହିଁ ବୋଲି କହିଛନ୍ତି। ନିର୍ବନ୍ଧ ସରିଛି, ଖୁବଶୀଘ୍ର ବିବାହ ହେବା ଖବର ଭିତ୍ତିହିନ । ଏବେ ସେ ନିର୍ବାଚନ ମଣ୍ଡଳୀ ଓ ରାଜନୈତିକ କାର୍ଯ୍ୟ ରେ ସମ୍ପୂର୍ଣ ବ୍ୟସ୍ତ ତେଣୁ ବିବାହ କଥା ଚିନ୍ତା ମଧ୍ୟ କରୁନାହାନ୍ତି ବୋଲି କହିଛନ୍ତି। ତେବେ ସମୟ ଆସିଲେ ଗଣମାଧ୍ୟମ କୁ ସୂଚନା ଦିଆଯିବ ବୋଲି କୁହାଯାଇଛି।