ମହାରାଷ୍ଟ୍ରରେ ଘୋଷଣା ହୋଇପାରେ ଲକଡାଉନ

maharatra

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଦିନକୁ ଦିନ ସଂକ୍ରମଣ ନୂଆ ରେକର୍ଡ କରିବାରେ ଲାଗିଛି । ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟମନ୍ତ୍ରୀ ମଣ୍ଡଳର ବୈଠକ ବସିଥିଲା । ଏହି ବୈଠକରେ ଆଗାମୀ ଦିନରେ କରୋନା ବିରୋଧରେ ଲଢିବା ଓ ଲକଡାଉନର ନିଷ୍ପତ୍ତି ନିଆଯାଇଥିବାର ସୂଚନା ମିଳିଛି । ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନୂତନ କରୋନା କଟକଣା ଓ ଲକଡାଉନର ନିଷ୍ପତ୍ତି ନେବେ ବୋଲି ଅନୁମାନ କରାଯାଉଛି । ଏହା ସହ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଅଣାୟତ୍ତ ହେବା ସହ ପ୍ରତ୍ୟେକ ଦିନ ୫୦ ହଜାରରୁ ଅଧିକ ମହାମାରୀ କରୋନାରେ ସଂକ୍ରମିତ ହେଉଛନ୍ତି ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ । ସେହିପରି ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ରାଜ୍ୟର ଶହରୀ ବିକାଶ ମନ୍ତ୍ରୀ । ଅନ୍ୟପଟେ ଲକଡାଉନ ହେବା ଆଶଙ୍କାରେ ପ୍ରବାସୀ ଶ୍ରମିକମାନେ ରାଜ୍ୟ ଛାଡି ନିଜ ରାଜ୍ୟକୁ ଯିବା ପାଇଁ ସଜବାଜ ହେଉଛନ୍ତି । ପୂର୍ବଭଳି ପରିସ୍ଥିତି ନ ଉପୁଜୁ ବୋଲି ପ୍ରଥମରୁ ହିଁ ମୁଖ୍ୟମନ୍ତ୍ରୀ ପ୍ରବାସୀ ଶ୍ରମିକଙ୍କୁ ନିଶ୍ଚିତ ହୋଇ ରାଜ୍ୟରେ ରହିବା ପାଇଁ ଆଶ୍ୱସନା ଦେଇଛନ୍ତି ।

Related Posts