ଲକ୍‌ଡାଉନ ହିଁ ଶେଷ ବିକଳ୍ପ: ପ୍ରଧାନମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦେଶରେ ଉଗ୍ରଗତି ରୂପ ଧାରଣା କରୁଛି ମହାମାରୀ କରୋନା । କରୋନାର ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର ଉଗ୍ରରୂପ ନେଉଛି । ଯାହାଦ୍ୱାରା ଦେଶରେ ଭୟଙ୍କର ସ୍ଥିତି ଉପୁଜିବାରେ ଲାଗିଛି । ଏପରି ସ୍ଥଳେ କେବଳ ଶେଷ ପନ୍ଥା ଭାବରେ ଲକ୍‌ଡାଉନକୁ ଦେଖନ୍ତୁ ବୋଲି ସବୁ ରାଜ୍ୟ ମାନଙ୍କୁ କହିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ସଂକ୍ରମଣ ସହ ଲଢିବା ସହ ଆବଶ୍ୟକ ସ୍ଥଳେ ବାହାରକୁ ଯିବା ପାଇଁ ଅନୁରୋଧ କରିଛନ୍ତି । ଏହା ସହ କହିଛନ୍ତି, ଏଭଳି ପରିସ୍ଥିତିରେ ଦେଶକୁ ଲକ୍‌ଡାଉନରୁ ରକ୍ଷା କରିବା ହେଉଛି ଶେଷ ବିକଳ୍ପ । ଯଦି ଆପଣ ସଚେତନତା ସୃଷ୍ଟି କରିବେ ତେବେ କୌଣସି ଲକ୍‌ଡାଉନର ଆବଶ୍ୟକତା ନାହିଁ । ଲକ୍‌ଡାଉନ ସହ ଦେଶର ଆର୍ଥିକ ଗତିବିଧି ଜାରି ରହିବା ଉଚିତ । ଅନ୍ୟପଟେ ମାଇକ୍ରୋ କଣ୍ଟେନମେଣ୍ଟକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ସରକାରୀ ହଷ୍ପିଟାଲରେ ମାଗଣାରେ ଟୀକାକରଣ ଜାରିରହିବ । ଜୀବନ ବଞ୍ଚାଇବା ସହ ଜୀବୀକାକୁ ମଧ୍ୟ ଦେଖିବାକୁ ପଡିବ ବୋଲି ପ୍ରଧାନ ମନ୍ତ୍ରୀ କହିଛନ୍ତି ।

Related Posts