ହାୱାଲା ରାକେଟ୍ ରେ ପୋଲିସ – ସେଇ ୩ ନା ବଡ ବଡିଆ ବି ଅଛନ୍ତି ?

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ହୱାଲା ନାମରେ ଠକେଇ ମାମଲାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏହି ରାକେଟ ନେଇ ପୁଲିସ ହାତରେ ଠୋସ ପ୍ରମାଣ ନାହିଁ । ତେବେ କରଞ୍ଜିଆର ଜଣେ ବ୍ୟବସାୟୀ କମଲ ଶାହାଙ୍କ ଠାରୁ କୋଟିଏ ଟଙ୍କା ଠକେଇ ହୋଇଥିଲା । ଖବର ପାଇବା ପରେ କମିଶନରେଟ ପୁଲିସ ଫରେଷ୍ଟ ପାର୍କ ଅଞ୍ଚଳରେ ଥିବା ଏକ ହୋଟେଲକୁ ଚଢାଉ କରିଥିଲା । ହୋଟେଲରୁ ୩୧ ପ୍ୟାକେଟରୁ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯିବା ସହ ୮ ଜଣଙ୍କୁ ଗିରଫ କରାଯାଇଥିଲା । ସବୁଠାରୁ ରୋଚକ କଥାଟି ହେଉଛି ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ପୁଲିସ କର୍ମଚାରୀ ସମ୍ପୃକ୍ତ ଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ଡିସିପି ଉମାଶଙ୍କର ଦାଶ ଭୁବନେଶ୍ୱର ୟୁପିଡିର କନେଷ୍ଟବଳ ଦିଲୀପ ମଲ୍ଲୀକ ଓ ସନ୍ଦୀପ୍ତ ପୃଷ୍ଟିଙ୍କୁ ନିଲମ୍ବନ କରିଥିଲେ । ଆଉ ଜଣେ ପୁଲିସ କର୍ମଚାରୀଙ୍କୁ କଟକ ଡିସିପି ପତୀକ ସିଂହ ନିଲମ୍ବିତ କରିଛନ୍ତି । ଅନ୍ୟପଟେ କାର୍ଯ୍ୟରେ ଅବହେଳା ଦର୍ଶାଇ ସ୍ପେଶାଲ ସ୍କ୍ୱାଡ ଏସଆଇ ବିଜୟ କୁମାର ଜେନାଙ୍କୁ ଡିସିପି ଉମାଶଙ୍କର ଦାଶ ରିଜର୍ଭ ପୁଲିସକୁ ବଦଳି କରିଛନ୍ତି । ଏଭଳି ଏକ ଠକେଇ ମାମଲାରେ ପୁଲିସର ସମ୍ପୃକ୍ତି ରହିବା କଥାଟିକୁ ସହଜରେ ହଜମ କରି ପାରୁ ନାହାଁନ୍ତି ବୁଦ୍ଧିଜୀବି । ଏହି ରାକେଟ ଅନ୍ତର୍ଜାତୀୟ ରାକେଟର ଲିଙ୍କ ଥିବା ଜଣାପଡିଛି । ଏ ସବୁ ଘଟଣା ପଛରେ କାହାର ହାତ ଅଛି, କିଏ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଏବଂ ଏଥିରେ କେତେ ଜଣ ସାମିଲ ଅଛନ୍ତି ତାହା ଏବେ ପ୍ରଶ୍ନ ସୃଷ୍ଟି କରୁଛି ।

Related Posts