ଆଇପିଏଲ କୁ ତୁରନ୍ତ ବନ୍ଦ କରାଯିବା ଦରକାର – କିର୍ତ୍ତୀ ଆଜାଦ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତ ବର୍ତ୍ତମାନ କୋଭିଡ୍‌-୧୯ର ଦ୍ୱିତୀୟ ଲହର ସହ ଲଢୁଛି । ଏହା ଭିତରେ ଆଇପିଏଲ୍ ୨୦୨୧ ଅଭେଦ୍ୟ ଜୈବ ନିରାପତ୍ତା ବଳୟରେ ଅନୁଷ୍ଠିତ ହେଉଥିଲା କିନ୍ତୁ ଏହାକୁ ଭେଦକରି କରୋନା ପ୍ରବେଶ କରିଛି । ଅନ୍ୟପକ୍ଷରେ ,ଖାଲି ଖେଳାଳି ମାନେ ନୁହଁନ୍ତି ଡିଡିସିଏର ୫ ଜଣ ଗ୍ରାଉଣ୍ଡ ମ୍ୟାନ୍ ସଂକ୍ରମିତ ହୋଇଛନ୍ତି । ଏହି ସବୁ ବିଶୃଙ୍ଖଳା ମଧ୍ୟରେ ପୁର୍ବତନ ଭାରତୀୟ କ୍ରିକେଟର କିର୍ତ୍ତୀ ଆଜାଦ ତାଙ୍କ ମତ ରଖିଛନ୍ତି । ଆଜାଦ କହିଛନ୍ତି ଯେ ଆଇପିଏଲ୍ ୨୦୨୧କୁ ଯଥା ଶୀଘ୍ର ସ୍ଥଗିତ ରଖିବା ଉଚିତ୍ ଓ ଖେଳାଳି ମାନଙ୍କର ସୁରକ୍ଷାକୁ ବର୍ତ୍ତମାନ ଗୁରୁତ୍ୱ ଦିିଆଜିବା ନିତ୍ୟାନ୍ତ ଆବଶ୍ୟକ । ଏପରି ଭୟଙ୍କର ପରିସ୍ଥିତି ମଧ୍ୟରେ ଲିଗ୍ ଆଗକୁ ବଢାଇବାକୁ ବିସିସିଆଇ ଉଦ୍ଦେଶ୍ୟ ଉପରେ ଆଜାଦ ପ୍ରଶ୍ନ କରିଛନ୍ତି । “ମୁଁ ଭାବିଲି ସେମାନେ ଏକ ବବୁଲରେ ଅଛନ୍ତି ଏବଂ ସବୁକିଛିରୁ ସୁରକ୍ଷିତ ଏବଂ କ୍ରିକେଟ୍ ପ୍ରେମୀ ତଥା ଦେଶକୁ ମନୋରଞ୍ଜନ କରୁଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଆପଣ ଏକ ବବୁଲରେ ଥାଇ ମଧ୍ୟ କରୋନା ସକରାତ୍ମକ ମାମଲା ଆଗକୁ ଆସିଛି ଆଜ୍ଞା ହଁ, ଏହାର ଅର୍ଥ ହେଉଛି, ସେଠାରେ ଏକ ସୁରକ୍ଷା ଅଭାବ ରହିଛି। ତେଣୁ, ଏହା ପ୍ରକୃତରେ ଆଶ୍ଚର‌୍ୟ୍ୟଜନକ ବିଷୟ । ଏହାକୁ ବନ୍ଦ କରିବା ଉଚିତ୍ ବୋଲି କିର୍ତ୍ତୀ ଆଜାଦ ଇନ୍‌ସାଇଡ୍ ସ୍ପୋର୍ଟକୁ କହିଛନ୍ତି । କେକେଆର ରୁ ବରୁଣ ଚକ୍ରବର୍ତ୍ତୀ ଏବଂ ସନ୍ଦୀପ ୱାରିୟର ଥିବାବେଳେ ସିଏସ୍‌କେ ସିଇଓ କାସି ବିଶ୍ୱନାଥନ୍‌, ବସ୍ କ୍ଲିନର ଏବଂ ବୋଲିଂ କୋଚ୍ ଲକ୍ଷ୍ମୀପତି ବାଲାଜୀ ସଂକ୍ରମିତ ହୋଇଛନ୍ତି । ଡିଡିସିଏ ର ୫ଜଣ ଗ୍ରାଉଣ୍ଡ ମ୍ୟାନେ ପଜେଟିଭ୍ ଆସିବା ରୁ ଜଣାଯାଉଛି ସଂକ୍ରମଣ କେତେ ପରିମାଣର ବ୍ୟପିଛି ତାହା କଳ୍ପନା କରିବା ଅସମ୍ଭବ ବୋଲି ଆଜାଦ କହିଛନ୍ତି । ମ୍ୟଚ୍ ପୂର୍ବରୁ ଖେଳାଳିଙ୍କର କରୋନା ରିପୋର୍ଟ ପଜେଟିଭ୍ ଆସିବାରୁ ଆରସିବି ଓ କେକେଆର ମ୍ୟାଚ୍ କୁ ସ୍ତଗିତ ରଖା ଯାଇଛି । ଏହା କେବେ ହେବ ଏପ୍ରର୍ଯ୍ୟନ୍ତ ତାରିଖ ଘୋଷଣା କରଯାଇ ନାହିଁ ।

Related Posts