ବିଜେପି ଟିକେଟରେ ଲଢୁଥିବା ମୁଲାୟମଙ୍କ ଝିଆରୀ ହାରିଲେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଝିଆରୀ ସଂନ୍ଧ୍ଯା ଯାଦବ ଜିଲ୍ଲା ପରିଷଦ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ସେ ବିଜେପି ଟିକଟରେ ନିର୍ବାଚନ ଲଢିଥିଲେ। ସଂନ୍ଧ୍ଯା ଯାଦବ ସମାଜବାଦୀ ପାର୍ଟିର ପ୍ରାର୍ଥୀ ପ୍ରମୋଦ ଯାଦବଙ୍କ ଠାରୁ ପରାସ୍ତ ହୋଇଛନ୍ତି। ପଞ୍ଚାୟତ ନିର୍ବାଚନରେ ​​ୱାର୍ଡ ନମ୍ବର 18 ରୁ ସଂନ୍ଧ୍ୟା ଯାଦବ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯାହାର ଫଳାଫଳ ସୋମବାର ଘୋଷଣା କରାଯାଇଥିଲା। ଜିଲ୍ଲା ବିଜେପି ମୁଖ୍ୟ ପ୍ରଦୀପ ଚୌହାନ କହିଛନ୍ତି ଯେ ସଂନ୍ଧ୍ୟା ଯାଦବ ମେନ୍ପୁରୀ ଜିଲା ପଞ୍ଚାୟତର ସଭାପତି ଥିଲେ। ସେ ପ୍ରଥମେ ସମାଜବାଦୀ ପାର୍ଟି ଟିକେଟରେ ଜିତିଥିଲେ କିନ୍ତୁ ପରେ ବିଜେପିକୁ ଚାଲି ଯାଇଥିଲେ।

Related Posts