କେରଳରେ କଂଗ୍ରେସର ପରାଜୟ ପଛର କାରଣ ଓମେନ୍ ଚାଣ୍ଡି ଓ ସେନ୍ଥାଲା ଗୋଷ୍ଠୀ ମଧ୍ୟରେ କନ୍ଦଳ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଧାନସଭା ନିର୍ବାଚନରେ ପରାଜୟ ପରେ ଏବେ କେରଳ କଂଗ୍ରେସରେ ରାଜନୈତିକ ସଙ୍କଟ ଦେଖାଦେଇଛି । କେରଳ ପିସିସି ସଭାପତି ମୁଲ୍ଲାପ୍ପାଲି ରାମଚନ୍ଦ୍ରନ୍ ଶନିବାର କହିଛନ୍ତି ଯେ ସେ ଏହି ପଦବୀରେ ରହିବାକୁ ଆଗ୍ରହୀ ନୁହଁନ୍ତି। ନିର୍ବାଚନରେ UDFର ପରାଜୟ ପରେ ସେ କଂଗ୍ରେସର ଜାତୀୟ ସଭାପତି ସୋନିଆ ଗାନ୍ଧୀଙ୍କୁ ପରାଜୟର କାରଣ ଜଡିତ ସମସ୍ତ ରିପୋର୍ଟ ପଠାଇଦେଇଛନ୍ତି। ଶୁକ୍ରବାର ଦିନ ବିଧାନସଭା ନିର୍ବାଚନ ପରେ ଅନୁଷ୍ଠିତ ହୋଇଥିବା ଫ୍ୟାକ୍ଟ ଫାଇଣ୍ଡିଂ କମିଟିରେ ସେ ଉପସ୍ଥିତ ନଥିଲେ। ଯେହେତୁ ସେ ଇସ୍ତଫା ପତ୍ର ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ପଠାଇଛନ୍ତି ତେଣୁ ନୈତିକତା ଦୃଷ୍ଟିରୁ ସେ ଏହି ବୈଠକରେ ଯୋଗଦେଇ ନଥିଲେ ବୋଲି କହିଛନ୍ତି। ସେ କହିଛନ୍ତି ଯେ କେପିସିସି ମୁଖ୍ୟ ଭାବେ ସେ ସୋନିଆ ଗାନ୍ଧୀ ଏବଂ ଦଳର ନେତା ରାହୁଲ ଗାନ୍ଧୀଙ୍କଠାରୁ ସମ୍ପୂର୍ଣ୍ଣ ସହଯୋଗ ପାଇଛନ୍ତି। ରାମଚନ୍ଦ୍ରନ୍ କହିଛନ୍ତି ଯେ , ପରାଜୟର ସବୁ ଦୋଷ କେବଳ ତାଙ୍କର ନୁହେଁ। ଯେହେତୁ ଦଳରେ ଦୁଇଟି ଗୋଷ୍ଠୀ ରହିଛି ପିସିସି ମୁଖ୍ୟ ଭାବରେ ତାଙ୍କର ସୀମିତ ଦାୟିତ୍ବ ଥିବାରୁତାଙ୍କକୁ ସମ୍ପୂର୍ଣ୍ଣ ଦୋଷ ଦିଆଯାଇପାରିବ ନାହିଁ। ଏବଂ AICC ଟିମ୍ ମଧ୍ୟ ନିର୍ବାଚନରେ ପରିଚାଳନା ଦାୟିତ୍ବରେ ଥିଲା। ସତଥର ଧରି ଲୋକସଭା ସାଂସଦ ରହିଥିବା ରାମଚନ୍ଦ୍ରନ୍ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଏକ ଇମେଲ୍ ବାରମ୍ବାର ପଠାଯାଇଥିଲା ଏବଂ ତାଙ୍କୁ “ଲଗ୍ ଇନ୍” କରି ଅଶୋକ ଚୌହାନଙ୍କ ନେତୃତ୍ୱରେ AICC ର ନିର୍ବାଚନ ପରାଜୟ ସମ୍ପର୍କିତ ଯାଞ୍ଚ୍ ଟିମ୍ ଆଗରେ ହାଜର ହେବାକୁ କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଯେତେବେଳେ ଚୌହାନ ରାମଚନ୍ଦ୍ରନଙ୍କୁ ଟେଲିଫୋନ୍ କରିଥିଲେ, ସେ ପୂର୍ବକୁ କହିଥିଲେ ଯେ ଜଣେ ପିସିସି ମୁଖ୍ୟ ଜଣେ ଅଧସ୍ତନ ନୁହଁନ୍ତି ଏବଂ ଏକ PCC ମୁଖ୍ୟଙ୍କ ସହ AICC ର ଭଲ ଯୋଗାଯୋଗ ରହିବା ଆବଶ୍ୟକ । ସେ କହିଛନ୍ତି ଯେ ଓମୋନ୍ ଚାଣ୍ଡି ଏବଂ ରମେଶ ଚେନିଥାଲାଙ୍କ ନେତୃତ୍ୱରେ ପିସିସି ମୁଖିଆ ଭାବରେ ତାଙ୍କର କାମ କରିବାର କ୍ଷମତା ଅତ୍ୟନ୍ତ ସିମୀତ ଥିଲା। ସଂଗଠନକୁ ମଜବୁତ କରିବା ପାଇଁ PCC ଠାରୁ ଆରମ୍ଭ କରି ବୁଥ୍ କମିଟି ପର୍ଯ୍ୟନ୍ତ ଦଳକୁ ସେମାନଙ୍କ ଦ୍ଵାରା ନିୟନ୍ତ୍ରଣ କରାଯାଉଥିଲା, ତେଣୁ ତାଙ୍କୁ ଦଳରେ କୌଣସି ନିଷ୍ପତ୍ତି ଏବଂ ନିଯୁକ୍ତି ଦେବା ପାଇଁ ଉଭୟଙ୍କ ସହମତି ଉପରେ ନିର୍ଭରଶୀଳ ରହିବାକୁ ପଡୁଥିଲା । ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ଦୁଇ ଗୋଷ୍ଠୀ ବ୍ୟତୀତ ଅନ୍ୟ କେତେକ ତଥାକଥିତ ବରିଷ୍ଠ ନେତା ମଧ୍ୟ ନିଜ ନିଜର ଦବଦବା ଜାରି ରଖିଥିଲେ। ତଥାପି ବି ସେ ଦଳକୁ ଜିତାଇବା ପାଇଁ ସଂଘର୍ଷ କରିଥିଲେ ବୋଲି କହିଛନ୍ତି । AICC ର ଅନେକ ବରିଷ୍ଠ ନେତା ଏବଂ ରାଜ୍ୟର କିଛି ନେତା ନିର୍ବାଚନ ରଣନୀତି ପରିଚାଳନା କମିଟିରେ ନିର୍ଣ୍ଣୟ ନେଉଥିଲେ, ପିସିସି ସଭାପତିଙ୍କୁ ସଂଯୋଜକ ରଖିବା ପରିବର୍ତ୍ତେ ତାଙ୍କୁ କେବଳ ସଦସ୍ୟ କରି ରାଖାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏହି ରିପୋର୍ଟର ଦର୍ଶାଯାଇଛି ଯେ କିଛି ଏଆଇସିସି ସଚିବ ରାଜ୍ୟର ସଂଗଠନକୁ “ମଜବୁତ” କରିବା ପାଇଁ ମତଦାନର ୬ମାସ ପୂର୍ବରୁ ରାଜ୍ୟ ଗସ୍ତରେ ଆସି ଥିଲେ। ଏଚ.ସି. ପାଟିଲଙ୍କ ନେତୃତ୍ୱରେ ଏକ ଏଆଇସିସି ସ୍କ୍ରିନିଂ କମିଟି ଯୁବକ ଏବଂ ନୂତନ ପ୍ରାର୍ଥୀଙ୍କ ପ୍ରତିନିଧିତ୍ୱକୁ ସର୍ବାଧିକ ଗୁରୁତ୍ବ ଦେଉଥିଲେ। AICC ନିୟମ ଅନୁଯାୟୀ “ପ୍ରାର୍ଥୀ ଚୟନ ପାଇଁ ଇନପୁଟ ନେବାରେ କେରଳରେ ନେତା ଏବଂ କର୍ମୀଙ୍କୁ ଆଠ ଦିନ ବିତାଇଥିଲେ। ବୋଲି ରାମଚନ୍ଦ୍ରନ କହିଛନ୍ତି। ତାଙ୍କ ରିପୋର୍ଟ ପାଇବା ପରେ ସୋନିଆ ଗାନ୍ଧୀ ରାମଚନ୍ଦ୍ରନଙ୍କୁ ଫୋନ୍ କରି କହିଛନ୍ତି ଯେ ସେ ଏହାକୁ ଗୁରୁତର ସହ ନେଉଛନ୍ତି। ତେବେ ରାମଚନ୍ଦ୍ରନ୍ ଶୁକ୍ରବାର ଦିନ UDF ସମନ୍ୱୟ ପ୍ୟାନେଲ ବୈଠକରେ ଉପସ୍ଥିତ ନଥିଲେ ।

Related Posts