ଛତିଶଗଡ ରେ ସରିଲା ବାଘେଲଙ୍କ ସମୟ, ଟି ଏସ ସିଂଦେଓ ହେଇପାରନ୍ତି ମୁଖ୍ୟମନ୍ତ୍ରୀ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ନିଯୁକ୍ତ କରିବା ସମୟରେ କଂଗ୍ରେସ ପକ୍ଷରୁ ଯେଉଁ ଅଢ଼େଇ ବର୍ଷର ଫର୍ମୁଲା ସର୍ତ୍ତ ରଖାଯାଇଥିଲା ତାହା ପୂରଣ ହୋଇ ଯାଇଛି। ପୂର୍ବ ଫର୍ମୁଲା ଅନୁଯାୟୀ ଟିଏସ ସିଂହ ଦେଓ ବାକି ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ହେବା କଥା। ପଞ୍ଜାବ ଏବଂ ରାଜସ୍ଥାନ କଂଗ୍ରେସରେ ଦେଖାଦେଇଥିବା କ୍ଷମତା ସଙ୍କଟ ମଧ୍ୟରେ ଛତିଶଗଡରେ ମଧ୍ୟ ଏବେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।   ଶନିବାର ସନ୍ଧ୍ୟାରେ ସେ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ରା ସିଂଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଗଦେବା ପରେ ହଠାତ୍ ଦିଲ୍ଲୀରେ ପହଞ୍ଚିଥିଲେ।

        ସେ ଦିଲ୍ଲୀ ଗସ୍ତରେ ଆସି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି କାରଣ ବଶତଃ ସାକ୍ଷାତକାର ହୋଇ ପାରି ନଥିଲା। ଏହା ପରେ ସେ କହିଛନ୍ତି ଯେ, “ମୁଁ ମ୍ୟାଡାମ୍ (ସୋନିଆ ଗାନ୍ଧୀ) ଙ୍କ ସହ ସାକ୍ଷାତ କରି ନାହିଁ। ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛି।ଏକ ଆନୁଷ୍ଠାନିକ ବୈଠକ ହୋଇଛି। ଅନେକ ବିଷୟରେ ଆଲୋଚନା ହୋଇଛି। ବର୍ତ୍ତମାନ ମୁଁ ଛତିଶଗଡ ଦାୟିତ୍ୱରେ ଥିବା ପୁନିଆ ଜୀ ଏବଂ ବେଣୁଗୋପାଲ ଜୀଙ୍କୁ ଭେଟିବି।” ସୋନିଆ ଗାନ୍ଧୀଙ୍କ ଘରୁ ବାହାରିବା ପରେ ବାଘେଲ କହିଛନ୍ତି ଯେ ସେ କେବଳ ହାଇକମାଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଯଦି ଉପରୁ ଅର୍ଡର ଆସିବ ଇସ୍ତଫା ଦେବାକୁ ତାହେଲେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତିନି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ କ୍ଷମତାଚ୍ୟୁତ କରିବାରେ ସଫଳ ହୋଇଥିଲା। ତେବେ ଛତିଶଗଡରେ କଂଗ୍ରେସ ରମଣ ସିଂ ନେତୃତ୍ୱାଧୀନ ବିଜେପି ସରକାରକୁ ଯେଭଳି ପରାସ୍ତ କରିଥିଲା ତାକୁ ନେଇ ସାରା ଦେଶରେ ଚର୍ଚା ଜୋର ଧରିଥିଲା। ରାଜ୍ୟ କଂଗ୍ରେସର ଏହି ବଜୟ ପଛରେ ଦୁଇ ବରିଷ୍ଠ ନେତା ଟିଏସ ସିଂ ଦେଓ ଏବଂ ଭୂପେଶ ବାଘେଲଙ୍କର ପ୍ରମୁଖ ଭୂମିକା ଥିଲା । ତେବେ ନିର୍ବାଚନରେ କଂଗ୍ରେସ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଭୟ ନେତା ପ୍ରମୁଖ ଦାବିଦାର ଥିଲେ। ତେଣୁ ସେତେବେଳେ କଂଗ୍ରେସ ହାଇକମାଣ୍ଡ ଅଢ଼େଇ ବର୍ଷର ଫର୍ମୁଲା ଆପଣାଇଥିଲେ। ଏବେ ବାଘେଲ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇ ସାରିଛନ୍ତି ତେଣୁ ଏବେ ଟିଏସ ସିଂ ଦେଓଙ୍କ ପାଳି ଆସିଛି।

Related Posts