(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମଙ୍ଗଳବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଫଟୋ ବାହାରକୁ ଆସିଛି । ଆଉ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ପବ୍ଲିକ୍ ପ୍ଲାଟଫର୍ମରେ ସବୁବେଳେ ଧଳା ପୋଷାକରେ ନଜର ଆସୁଥିବା ନବୀନ ଏକ କଳା ଟି ସାର୍ଟ ପିନ୍ଧିଥିବାର ନଜର ଆସୁଛନ୍ତି। ବିଜୁ ଜନତା ଦଳ ସଭାପତି, ତଥା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ମନ୍ତ୍ରୀ ମାନଙ୍କ ସହ ବ୍ଯକ୍ତିଗତ ଆଲୋଚନା ସମୟର ଏହି ଫଟୋ। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ତାଙ୍କର ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟ ପାଣ୍ଡିୟନ ମଧ୍ୟ ନଜର ଆସୁଛନ୍ତି ।
ତେବେ ମୁଖ୍ୟମନ୍ତ୍ରୀ କେଉଁ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ଏବଂ କେଉଁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ତାହା ଜଣାପଡ଼ି ନାହିଁ । ମିଡିଆ ରିପୋର୍ଟ ଅନୁଯାୟୀ କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ପରେ,ରାଜ୍ୟ ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ସୂଚନା ମୁତାବକ ବିଜେଡି ସରକାରଙ୍କ ପଞ୍ଚମ ପାଳିରେ ଦ୍ବିତୀୟ ଥର ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ତେବେ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ କେଉଁ ନୂଆ ମୁହିଁ ସାମିଲ ହେଉଛନ୍ତି ଏବଂ କିଏ ବାଦ୍ ପଡୁଛନ୍ତି ତାହା ସମୟ କହିବ କିନ୍ତୁ ମୁଖ୍ଯମନ୍ତ୍ରୀଙ୍କ ଏହି ଫଟୋ କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ପ୍ରକାଶ ଥାଉକି ୨୦୧୯ ମସିହାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟି ସାର୍ଟ ଏବଂ ପ୍ୟାଣ୍ଟରେ ଦେଖିବାକୁ ମିଳିଥିଲା । ମର୍ଣ୍ଣିଂ ୱାର୍କ ଏବଂ ଜିମ୍ ରେ ସମୟ କାଟୁଥିବାର ଏକ ଭିଡିଓ ସେହି ସମୟରେ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଠିକ ଦୁଇବର୍ଷ ପରେ ପୁଣି ଥରେ କଳା ରଙ୍ଗର ଏକ ଟି ସାର୍ଟରେ ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।