(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଆମେରିକାର ଏହାର ସର୍ବୋଚ୍ଚ ସମ୍ମାନ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଏହି କ୍ରମରେ, ନ୍ୟୁୟର୍କର ଜଣେ ଆମେରିକୀୟ ଆଇନଜୀବୀ ଶୁକ୍ରବାର ଦିନ ଆମେରିକା ପ୍ରତିନିଧି ସଭାରେ ମହାତ୍ମା ଗାନ୍ଧୀଙ୍କ ଶାନ୍ତି ତଥା ଅହିଂସାକୁ ପ୍ରୋତ୍ସାହିତ କରିବା ପାଇଁ ମରଣତ୍ତୋର ସମ୍ମାନଜନକ Congressional Gold Medal ପ୍ରଦାନ କରିବା ପାଇଁ ଦ୍ୱିତୀୟ ଥର ପାଇଁ ଏକ ପ୍ରସ୍ତାବ ପଠାଇଛନ୍ତି। କଂଗ୍ରେସର ସ୍ୱର୍ଣ୍ଣ ପଦକ ହେଉଛି ଆମେରିକାର ସର୍ବୋଚ୍ଚ ନାଗରିକ ପୁରସ୍କାର ।
ଆମେରିକାର ପ୍ରତିନିଧି ସଭାରେ ନ୍ୟୁୟର୍କର କଂଗ୍ରେସ ସଦସ୍ୟ କାରୋଲିନ ବି ମେଲୋନି ପ୍ରସ୍ତାବ ଆଗତ କରି କହିଛନ୍ତି, “ମହାତ୍ମା ଗାନ୍ଧିଙ୍କ ଐତିହାସିକ ସତ୍ୟାଗ୍ରହ , ଅହିଂସା ଗୋଟିଏ ଦେଶ ଓ ସମଗ୍ର ବିଶ୍ୱକୁ ପ୍ରେରଣା ଯୋଗାଇଛି। ତାଙ୍କର ଏହି ପଦକ୍ଷେପ ଆମକୁ ଅନ୍ୟମାନଙ୍କ ସେବାରେ ଉତ୍ସର୍ଗ କରିବାକୁ ପ୍ରେରଣା ଯୋଗାଇ ଥାଏ। ଜାତିଗତ ସମାନତା ପାଇଁ ମାର୍ଟିନ୍ ଲୁଥର୍ କିଙ୍ଗ ଜୁନିୟରଙ୍କ ଅଭିଯାନ ହେଉ କିମ୍ବା ନେଲସନ ମଣ୍ଡେଲାଙ୍କ ବର୍ଣ୍ଣବୈଷମ୍ୟ ଲଢ଼େଇ ହେଉ, ସାରା ବିଶ୍ୱ ଗାନ୍ଧିଙ୍କ ଠାରୁ ପ୍ରେରଣା ପାଇଛି।
ଆମେରିକାର ସାଂସଦ କାରୋଲିନ ବି ମାଲୋନି ଦାବି କରିଛନ୍ତି ଯେ ସେ ମହାତ୍ମା ଗାନ୍ଧୀଙ୍କ ପାଇଁ ୨୦୧୯ ରୁ କଂଗ୍ରେସ ସ୍ୱର୍ଣ୍ଣ ପଦକ ପାଇଁ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ସେ କହିଛନ୍ତି ଯେ ଏହା ପୂର୍ବରୁ ନେଲସନ ମଣ୍ଡେଲା ଏବଂ ମାର୍ଟିନ ଲିଥର କିଙ୍ଗ କଂଗ୍ରେସ ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଯେହେତୁ ସେ ବାପୁଙ୍କ ପଥ ଅନୁସରଣ କରି ଏହି ପଦକ ପାଇଥିଲେ, ତେବେ ମଣ୍ଡେଲା ଏବଂ ମାର୍ଟିନ୍ ଲୁଥର୍ଙ୍କ ଦ୍ୱାରା ପ୍ରଭାବିତ ହୋଇଥିବା ଗାନ୍ଧୀ ଏତେ ଭଲ କାମ କରିଥିଲେ, ତେଣୁ ସେ ଏହି ସମ୍ମାନ ପାଇବା ଉଚିତ୍। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ୨୦୧୭ ରେ କଂଗ୍ରେସରେ କାରୋଲାଇନ୍ ବି ମାଲୋନି ପ୍ରଥମ ଥର ପାଇଁ ସଂସଦରେ ଏହି ପ୍ରସ୍ତାବ ଆଣିଥିଲେ।
ଏହା ପରେ ମଧ୍ୟ ବାପୁଙ୍କୁ ସମ୍ମାନଜନକ କଂଗ୍ରେସ ସ୍ୱର୍ଣ୍ଣ ପଦକ ପ୍ରଦାନ ପାଇଁ ଏକ ପ୍ରସ୍ତାବକୁ ଘୁଞ୍ଚାଇ ଦିଆଯାଇଥିଲା। କାରୋଲାଇନ୍ ଯୁକ୍ତି ବାଢିଛନ୍ତି ଯେ ଯେତେବେଳେ ସମଗ୍ର ବିଶ୍ୱ ବାପୁଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ କରିବ ସେତେବେଳେ ତାଙ୍କୁ କଂଗ୍ରେସର ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବା ଉଚିତ୍। କଂଗ୍ରେସ ସ୍ୱର୍ଣ୍ଣ ପଦକ ପାଇବାରେ ମହାତ୍ମା ଗାନ୍ଧୀ ପ୍ରଥମ ଭାରତୀୟ ହେବେ। ଏହା ପୂର୍ବରୁ ଜର୍ଜ ୱାଶିଂଟନ୍, ନେଲସନ ମଣ୍ଡେଲା, ମାର୍ଟିନ୍ ଲୁଥର୍ କିଙ୍ଗ , ମଦର ଟେରେସା ଏବଂ ରୋସା ପାର୍କ ପରି ମହାନ ବ୍ୟକ୍ତିତ୍ୱଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
