(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ପୁଣି ଉପର ମୁହାଁ କରୋନା ମିଟର। ସଂକ୍ରମଣ କେତେବେଳେ ନିମ୍ନଗାମୀ ତ ପୁଣି କେତେବେଳେ ଉପର ମୁହାଁ ହେଉଛି। ତେବେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୧୩୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୬୭ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୩୮ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୧ ହଜାର ୫୫୮ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
୨୫ଟି ଜିଲ୍ଳାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୪୬ ଜଣ, କଟକରୁ ୯୮ ଜଣ, ମୟୂରଭଞ୍ଜରୁ ୩୭ ଜଣ, କେନ୍ଦ୍ରାପଡ଼ାରୁ ୩୩ ଜଣ, ବାଲେଶ୍ବରରୁ ୩୦ ଜଣ, ସମ୍ବଲପୁରରୁ ୨୧ ଜଣ, ଯାଜପୁରରୁ ୧୯ ଜର, ଜଗତସିଂହପୁରରୁ ୧୭ ଜଣ, ସୁନ୍ଦରଗଡ଼ରୁ ୧୬ ଜଣ, ଭଦ୍ରକରୁ ୧୪ ଜଣ, ଅନୁଗୁଳରୁ ୧୩ ଜଣ, ପୁରୀରୁ ୧୨ ଜଣ, ଢ଼େଙ୍କାନାଳରୁ ୧୧ ଜଣ, ନୟାଗଡ଼ରୁ ୧୦ ଜଣ, କେନ୍ଦୁଝରରୁ ୮ ଜଣ, ନବରଙ୍ଗପୁରରୁ ୭ ଜଣ, ଗଞ୍ଜାମରୁ ୬ ଜଣ, ବରଗଡ଼ ଓ ଦେବଗଡ଼ ଜିଲ୍ଳାରୁ ୫ ଜଣ ଲେଖାଏଁ, କୋରାପୁଟରୁ ୪ ଜଣ, ବୌଦ୍ଧରୁ ୩ ଜଣ, ଝାରସୁଗୁଡ଼ା, ମାଲକାନଗିରି ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ, ଗଜପତିରୁ ଜଣେ ଏବଂ ଷ୍ଟେଟ୍ ପୋଲ୍ରୁ ୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ ଲକ୍ଷ ୧୧ ହଜାର ୫୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୭ ହଜାର ୧୫୮ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସେହିପରି ୯ ଲକ୍ଷ ୯୬ ହଜାର ୩୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୮୪୧୧୮୬୪ ସାମ୍ପୁଲ ଟେଷ୍ଟ୍ ହୋଇଛି।
