ମୁମ୍ବଇ: ବଲିଉଡ଼ ଅଭିନେତା ସୁନୀଲ ଶେଟ୍ଟୀଙ୍କ ପୁଅ ଆହାନ ଶେଟ୍ଟୀ ‘ତଡ଼ପ୍‌’ ଜରିଆରେ ବଲିଉଡ଼ରେ ଏଣ୍ଟି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଚଳଚ୍ଚିତ୍ରରେ ଆହାନ ଅଭିନେତ୍ରୀ ତାରା ସୁତାରିଆଙ୍କ ସହ ଏକାଠି ଅଭିନୟ କରିଛନ୍ତି। ଡିସେମ୍ବର ୩ ତାରିଖରେ ‘ତଡ଼ପ୍‌’ ମୁକ୍ତିଲାଭ କରିବାକୁ ଥିବା ବେଳେ ବୁଧବାର ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲରରେ ନବାଗତ ଆହାନଙ୍କ ଜବରଦସ୍ତ ଅଭିନୟ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଲୋକେ ସାମାଜିକ ଗଣମାଧ୍ୟମରେ ଟ୍ରେଲର ଦେଖି ଭଲ ପ୍ରତିକ୍ରିୟା ଦେଉଛନ୍ତି। ଗତକାଲି ନିର୍ମାତା ଚଳଚ୍ଚିତ୍ରର ଟିଜର୍‌ ଶେୟାର କରିଥିଲେ। ଟିଜର୍‌ ଦେଖିବା ପରେ ଟ୍ରେଲରକୁ ନେଇ ଦର୍ଶକଙ୍କ ଉତ୍ସାହ ବୃଦ୍ଧି ପାଇଥିଲା। ମିଲନ ଲୁଥରିଆଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ସାଜିଦ୍‌ ନାଡ଼ିଆଡ଼ୱାଲା ବହନ କରିଛନ୍ତି।