ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ ବିଜେଡ଼ି ରେ ଯୋଗ ଦେଲେ।

ଭୁବନେଶ୍ବର: କିଛି ଦିନ ତଳେ କଂଗ୍ରେସ ରୁ ଇସ୍ତଫା ଏବଂ ପରେ ଦଳରୁ ବହିଷ୍କୃତ ହେଇଥିବା ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ ବିଜେଡିରେ ଯୋଗ ଦେଇଛନ୍ତି। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ, ବିଧାୟକ ପ୍ରତାପ ଦେବ ଓ ପ୍ରୀତିରଂଜନ ଘଡେ଼ଇଙ୍କ ଉପସ୍ଥିତି ରେ ଦଳରେ ଯୋଗ ଦେଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀରୁ ୩ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରଫୁଲ୍ଲ। ବିଜେଡିରେ ଯୋଗ ଦେବା ପରେ ପ୍ରଫୁଲ କହିଛନ୍ତି, ଆଜି ମୋ ପାଇଁ ସ୍ମୃତିର ଦିନ। ଏକଦା ତଳସରା ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡ଼ ଥୁଲା। ମାତ୍ର ଦୁର୍ବଳ ନେତୃତ୍ୱ ଏବଂ ଗୋଷ୍ଠୀ କନ୍ଦଳ ଯୋଗୁଁ ଆଜି ତାଳସରାରେ କଂଗ୍ରେସ ର ସ୍ଥିତି ତଳେ ମିଶିଯାଇଛି ବୋଲି କହିଛନ୍ତି ଡଃ ମାଝୀ। କଂଗ୍ରେସ ଛାଡ଼ିବା ବାବଦରେ ପ୍ରଫୁଲ୍ଲ ମାଝୀ କହିଛନ୍ତି ଯେ ଦଳ ଛାଡ଼ିବା ସିଦ୍ଧାନ୍ତ ମୋର ଏକା ନ ଥିଲା, ବରଂ ମୋ ସହଯୋଗୀମାନଙ୍କ ନିଷ୍ପତ୍ତ ଥିଲା। ସେମାନେ ସମସ୍ତେ କହିଥିଲେ ଯେ କଂଗ୍ରେସ ଯେଭଳି ରାଜନୀତି କରୁଛି ସେଥିରେ ନା ଦଳର ନା ନେତାର ନା କର୍ମୀଙ୍କର ନା ଲୋକଙ୍କର କାହାର ବି କିଛି ଉନ୍ନତି ହେଇପାରିବ ନାହିଁ। ତେଣୁ କରି କଂଗ୍ରେସ ଛାଡ଼ିବା ପାଇଁ ମୁଁ ନିଷ୍ପତି ନେଲି

ଏକଦା ମୂଖ୍ୟମନ୍ତ୍ରୀଙ୍କୁ ଭୀଷଣ ସମାଲୋଚନ। କରୁଥିବା ଡଃ ମାଝୀ ବିଜେଡି ରେ ମିଶିବା ପରେ ନବୀନଙ୍କର ଖୁବ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛୁ ବୋଲି କହିଛନ୍ତି। ନବୀନଙ୍କ ଭଳି ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଓଡ଼ିଶାକୁ ଆଉ ମିଳିବନି। ନବୀନଙ୍କ ନେତୃତ୍ବରେ ଆଗାମୀ ଦିନରେ ଆଦିବାସୀମାନଙ୍କ ବିକାଶ ସହ ସୁନ୍ଦରଗଡ଼ ଜିଲ୍ଲା ଏବଂ ରାଜ୍ୟର ବିକାଶ ନେଇ କାମ କରିବୁ। ସୌହାର୍ଜ୍ୟପୂର୍ଣ୍ଣ ବାତାବରଣ ଭିତରେ କାମ କରିବି। ଏଣିକି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କାମ କରିବି। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭଲ ପାଏ, ସେ ବି ମୋତେ ଭଲ ପାଆନ୍ତି ବୋଲି ମିଡିଆ କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଡ଼ଃ ମାଝୀ।

ଗତ କିଛି ମାସ ହେବ ପ୍ରଫୁଲ୍ଲ ମାଝୀ କଂଗ୍ରେସ ଦଳରେ ନିରଞ୍ଜନଙ୍କ ନେତୃତ୍ୱ କୁ ନେଇ ଭୀଷଣ ଅସନ୍ତୁଷ୍ଟ ଥିଲେ। ଏପରିକି ନୂଆ ପି ସି ସି କମିଟି ଗଠନ ରେ ମଧ୍ୟ ପ୍ରଫୁଲ୍ଲ ମାଝୀ ଓ ତାଙ୍କର ସମର୍ଥକମାନଙ୍କୁ ଅଣ ଦେଖା ର ଅଭିଯୋଗ ମଧ୍ୟ ହୋଇଥିଲା

Related Posts