ଅଭିନେତା ସଞ୍ଜୟ କପୁରଙ୍କ ଘରେ ପଶିଲା କରୋନା, ମା ପରେ ବେ ଝିଅ କରୋନା ସଂକ୍ରମିତ ହୋଇଥିବା ସୂଚନା

ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନୟା କପୁର କରୋନା ସଂକ୍ରମିତ | ମା ମହିପ କପୁରଙ୍କ ପରେ ଏବେ ଝିଅ କରୋନାର ଶିକାର ହୋଇଛନ୍ତି । ଏହାପରେ ସଞ୍ଜୟ କପୁରଙ୍କ ବିଲଡିଂକୁ ସାନିଟାଇଜ କରାଯାଇଥିବା ସୂଚନା ମିଳିଛି।

ତାଙ୍କ ପତ୍ନୀ ମହୀପ କପୁର ଏବଂ ଝିଅ ଶନୟା କପୁର କରୋନା ଭାଇରସ୍ ଦ୍ବାରା ପଜିଟିଭ୍ ଚିହ୍ନଟ ହେବା ପରେ ସେମାନେ ରହୁଥିବା ଘରକୁ ପରିମଳ କରାଯାଉଛି।

ସୂଚନାଯୋଗ୍ୟ, କରଣ ଜୋହରଙ୍କ ଡିନର ପାର୍ଟିରେ ଯୋଗ ଦେବା ପରେ ମହୀପ କପୁରଙ୍କ ସମେତ କରୀନା କପୁର, ଅମୃତା ଆରୋରା ଏବଂ ସୀମା ଖାନଙ୍କ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଥିଲା।

Related Posts