ରାଜ୍ୟର ପ୍ରତି ଜିଲ୍ଲାରେ ହେବ ବରିଷ୍ଠ ନାଗରିକଙ୍କ ପାଇଁ ଫିଜିଓଥେରାପି କ୍ଲିନିକ୍‌ ଓ ମୋବାଇଲ ମେଡିକେୟାର, ଆର୍ଥିକ ସହାୟତା ଯୋଗାଇବ କେନ୍ଦ୍ର

ରାଜ୍ୟର ପ୍ରତି ଜିଲ୍ଲାରେ ହେବ ଫିଜିଓଥେରାପି ଓ ମୋବାଇଲ ମେଡିକେୟାର ୟୁନିଟ୍‌। ଗ୍ରାମାଞ୍ଚଳ ଓ ଅପହଞ୍ଚ ଅଞ୍ଚଳରେ ରହୁଥିବା ବୟସ୍କମାନଙ୍କ କରାଯିବ ଚିକିତ୍ସା । ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ(ଏସ୍‌ଏସ୍‌ଇପିଡି) ପକ୍ଷରୁ ଏ ନେଇ ଜିଲ୍ଲାମାନଙ୍କୁ ଜାଗା ଚିହ୍ନଟ ପାଇଁ କୁହାଯାଇଛି। ଏଥିପାଇଁ ଖର୍ଚ ହେବାକୁ ଥିବା ଆବଶ୍ୟକ ଅର୍ଥ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଜଣାପଡ଼ିଛି।

ଓଏସ୍‌ଏସ୍‌ଇପିଡି ବିଭାଗ ପକ୍ଷରୁ ଷ୍ଟେଟ୍‌ ଆକ୍ସନ୍ ପ୍ଲାନ୍ ଅଫ ୱେଲଫେୟାର ଅଫ୍‌ ସିନିଅର ସିଟିଜେନ୍‌(ଏସ୍‌ଏପିଏସ୍‌ଆରସି) ଜରିଆରେ ଏସବୁ ସବୁ ଜିଲ୍ଲାରେ ଫିଜିଓଥେରାପି ଓ ମେଡିକେୟାର ୟୁନିଟ୍‌ ପ୍ରତିଷ୍ଠା କରାଯାଉଛି। କେନ୍ଦ୍ର ସରକାର ଏଥିପାଇଁ ୧୦ କୋଟି ଟଙ୍କାର ସହାୟତା ପ୍ରଦାନ କରିବେ। ଫିଜିଓଥେରାପି ଓ ମେଡିକେୟାର ୟୁନିଟ୍‌ ବାଦ୍ ରାଜ୍ୟସ୍ତରୀୟ ପ୍ରକଳ୍ପ ପରିଚାଳନା ୟୁନିଟ୍‌ ଓ କେୟାର ଗିଭର୍ସଙ୍କ ତାଲିକା ୟୁନିଟ୍‌ ମଧ୍ୟ ପ୍ରତିଷ୍ଠା କରାଯିବ।

Related Posts