ଜାନୁଆରୀ ୩ରୁ ଦେଶରେ ଆରମ୍ଭ ହେବ ପିଲାଙ୍କ ଟିକାକରଣ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କରୋନା କୁ ମାତ୍ ଦେବ ଟୀକା । ପିଲାଙ୍କୁ ରକ୍ଷା କରିବ ଟୀକା । ଜାନୁଆରୀ ୩ ତାରିଖରୁ ଦେଶରେ ଆରମ୍ଭ ହେବ ପିଲାଙ୍କ ଟିକାକରଣ ପକ୍ରିୟା । ୧୫ ବର୍ଷରୁ ୧୮ ବର୍ଷ ବୟସ୍କ ପିଲାମାନେ ନୂଆବର୍ଷରୁ କୋଭିଡ୍ ଟିକା ନେବେ । ଏନେଇ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ଫଳରେ ସ୍କୁଲ, କଲେଜ ପିଲାଙ୍କୁ ଅଧିକ ସୁରକ୍ଷା ମିଳିପାରିବ ବୋଲି ମୋଦୀ କହିଛନ୍ତି ।

ଅନ୍ୟପଟେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧାଙ୍କୁ ମଧ୍ୟ ପ୍ରିକସନ୍ ଡୋଜ୍ ଦିଆଯିବ । ୨୦୨୨ ମସିହା ଜାନୁଆରୀ ୧୦ରୁ ସ୍ୱାସ୍ଥ୍ୟକର୍ମୀଙ୍କ ଏହି ଟୀକାକରଣ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Related Posts