ବିହାରର ପାଟନାରେ ବଡ଼ ଧରଣର ସଡ଼କ ଦୁର୍ଘଟଣା । ପୋଲିସ ଜିପକୁ ଘୋଷାଡି ନେଲା ହାଇୱା । ଏହି ଘଟଣାରେ ୩ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ଦିନ ସକାଳୁ ଏହି ଦୁର୍ଘଟଣା ଘଟିଛି | ତିନି ଜଣ ପୋଲିସ୍ କର୍ମୀଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି । ହାଇୱା ନିୟନ୍ତ୍ରଣ ହରାଇ ପାଟ୍ରୋଲିଂ କରୁଥିବା ଏକ ପୋଲିସ୍ ଜିପ୍ ଉପରେ ଚଢ଼ିଯାଇଥିଲା । ଯାହାଫଳରେ ଏହି ଦୁର୍ଘଟଣା ଘଟିଯାଇଛି । ଦାନାପୁରରେ ବେଉର ମୋଡ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି |

ଜିପ୍ ରେ ମୋଟ ୫ ଜଣ ପୋଲିସ୍ କର୍ମୀ ରହିଥିଲେ । ହାଇୱା ଟି ପୋଲିସ୍ ଜିପ୍ ପଛରୁ ପିଟିବା ପରେ ଚଢ଼ିଯାଇଥିଲା । ଯାହାଫଳରେ ହାଇୱାଟି ମଧ୍ୟ ଓଲଟି ପଡ଼ିଥିଲା । ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଦୁର୍ଘଟଣା ପରେ ଆଖପାଖ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ସୂଚନା ରହିଛି ।