ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କରୋନା | ତାଙ୍କର କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି | ଏନେଇ ସେ ନିଜେ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି ।
ଦିଲ୍ଲୀପ କହିଛନ୍ତି, ମୁଁ କୋରୋନା ପଜିଟିଭ ଟେଷ୍ଟ ହୋଇଛି । ମୋ ନିକଟରେ ସାମାନ୍ୟ ଲକ୍ଷଣ ରହିଛି । ସଂକ୍ରମିତ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ନିଜକୁ ଆସୋଲେସନରେ ରଖିଛି । ଆମେ ବର୍ତ୍ତମାନ ତୃତୀୟ ଲହର ଦେଇ ଗତି କରୁଛୁ । ତେଣୁ ଜନସାଧାରଣଙ୍କୁ ସମସ୍ତ କୋଭିଡ ନିୟମ ମାନି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ।
ସୂଚନାଯୋଗ୍ୟ, ଏବେ ଚାରିଆଡେ ପୁଣି କୋରୋନା ଭୟାବହତା ଦେଖାଦେଇଛି । ଦିନକୁ ଦିନ ଦୁଇ ଗୁଣା ସ୍ପିଡରେ ବଢୁଛି ପଜିଟିଭ ମାମଲା । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଡାକ୍ତର, ପୋଲିସ, ବଡ ବଡ ସେଲିବ୍ରେଟି ଏବଂ ନେତାମନ୍ତ୍ରୀ ମଧ୍ୟ କରୋନାର ଶିକାର ହେଉଛନ୍ତି । ନିକଟରେ ବିଭିନ୍ନ ରାଜ୍ୟର ବହୁ ବରିଷ୍ଠ ରାଜନେତା କରୋନା ସଂକ୍ରମିତ ହେବା ଘଟଣା ସାମ୍ନାକୁ ଆସିଥିବାବେଳେ ଏବେ ଓଡିଶାରେ ମଧ୍ୟ ବଡବଡିଆଙ୍କୁ କବଳିତ କରିବାରେ ଲାଗିଛି ଭୂତାଣୁ । ସେପଟେ ବଢୁଥିବା ସଂକ୍ରମଣ କୁ ନେଇ ରାଜ୍ୟରେ ପୁଣି ଠାରେ ଲକ ଡାଉନ ଓ ସଟ ଡାଉନ ଆରମ୍ଭ ହୋଇଛି |
