ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା

ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା ଘଟଣା ଚାରିଆଡେ ଚର୍ଚାର ପରିସର ପାଲଟିଥିବା ବେଳେ, ରାଜନୀତି ମାହୋଲ ମଧ୍ୟ ସରଗରମ ରହିଛି | ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି | ଭାରତର ପ୍ରଧାନମନ୍ତ୍ରୀ ଏକ ଅନୁଷ୍ଠାନ । ଏହି ଅନୁଷ୍ଠାନକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବା ଏବଂ ଏହାର ଗାରିମା ରକ୍ଷା କରିବା ପ୍ରତ୍ୟେକ ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ବୋଲି କହିଲେ ନବୀନ ।

ସୂଚନାଯୋଗ୍ୟ, ବୁଧବାର ସକାଳେ ହେଲିକପ୍ଟର ଯୋଗେ ପଞ୍ଜାବର ହୁସେନାୱାଲା ସ୍ଥିତ ଜାତୀୟ ଶହୀଦ ମେମୋରିଆଲ ଗସ୍ତ କାର୍ଯ୍ୟକ୍ରମ ପାଇଁ ଭଟିଣ୍ଡା ବିମାନବନ୍ଦରରେ ଅବତରଣ କରିଥିଲେ । ସେଠାରୁ ସେ ଉକ୍ତସ୍ଥାନକୁ ହେଲିକପ୍ଟରରେ ଯିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଖରାପ ପାଗ ଯୋଗୁ ସଡକ ପଥରେ ଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ପରେ ଯିବା ସମୟରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁ ଏକ ଫ୍ଲାଏଓଭରରେ ପ୍ରାୟ ୨୦ ମିନିଟରୁ ଉର୍ଦ୍ଧ୍ବ ସମୟ ଧରି ଫସି ରହିଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ । ପରେ କାର୍ଯ୍ୟକ୍ରମ ବାତିଲ କରିବା ସହ ପୁନର୍ବାର ଭଟିଣ୍ଡା ବିମାନବନ୍ଦର ଓ ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ ।

Related Posts