ଆଜିଠୁ ସର୍ବସାଧାରଣଙ୍କ ପାଇଁ ବାବା ଆଖଣ୍ଡଳମଣୀଙ୍କ ପୀଠ ବନ୍ଦ: ପୀଠରେ ୧୪୪ ଧାରା

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ଭଦ୍ରକ ଜିଲ୍ଲା ପ୍ରମୁଖ ଶୈବପୀଠ ବାବା ଆଖଣ୍ଡଳମଣୀଙ୍କ ପୀଠ ସର୍ବସାଧାରଣଙ୍କ ପାଇଁ ବନ୍ଦ ହୋଇଛି | ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ ହେବା ନେଇ ନିଷ୍ପତି ନିଆଯାଇଛି । ଆସନତା ୩୧ ତାରିଖ ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ଏହି ସମୟରେ କୋଭିଡ୍ ନିୟମରେ କେବଳ ବାବା ଆଖଣ୍ଡଳମଣୀଙ୍କର ନୀତିକାନ୍ତି ଚାଲିବ ।

ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପାଇଁ ନୂଆ ଏସ୍‌ଓପି ଜାରି ହୋଇଛି । ଏସ୍‌ଓପି ଅନୁସାରେ, ଜାନୁଆରୀ ୩୧ ମଧ୍ୟରାତ୍ରି ଯାଏ ମଣିବାବାଙ୍କ ମନ୍ଦିରରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ଏପିରିକି କୌଣସି ସ୍ଥାନରେ ଯେପରି ଭିଡ ନହୁଏ ସେଥିପାଇଁ ପୂରା ପୀଠରେ ୧୪୪ ଧାରା ଜାରି କରାଯାଇଛି । ପୀଠରେ କୌଣସି ମେଳା, ମହୋତ୍ସବ କିମ୍ବା ଭଜନ ସମାରୋହ ଆୟୋଜନ ଉପରେ କଟକଣା ଲଗାଇଛି ପ୍ରଶାସନ ।

Related Posts