ମାର୍ଚ୍ଚରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ କରୋନା ଟିକା

ଦେଶରେ ଏବେ ଟୀକାକରଣ ଜୋର ସୋରରେ ଚାଲିଥିବା ବେଳେ, ବର୍ତ୍ତମାନ ପର୍ଯ୍ୟନ୍ତ, ବିଶ୍ୱରେ ୧ ବିଲିୟନ ୫୬କୋଟି ଟିକାକରଣ ସରିଲାଣି । ଏହି ବର୍ଷ, ଜାନୁଆରୀ ୩ ରୁ, ୧୫ ରୁ ୧୮ବର୍ଷର ପିଲାମାନଙ୍କର ଟିକାକରଣ ଆରମ୍ଭ ହୋଇଛି । ବର୍ତ୍ତମାନ ମାର୍ଚ୍ଚରୁ ୧୨ ରୁ ୧୫ ବର୍ଷର ପିଲାମାନଙ୍କ ପାଇଁ ଟିକାକରଣ ଅଭିଯାନ ଆରମ୍ଭ ହେବ । ଆସନ୍ତା ମାର୍ଚ୍ଚରୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯାଇପାରେ କରୋନା ଟିକା । ନେସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ୍ ଅଧ୍ୟକ୍ଷ ଡକ୍ଟର ଏନ୍.କେ ଅରୋରା ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ୧୨ରୁ ୧୪ ବର୍ଷର ପିଲାଙ୍କୁ କରୋନା ଟିକା ଦିଆଯାଇପାରେ । ଏବେ ୧୫ରୁ ୧୮ ବର୍ଷଙ୍କୁ ପ୍ରାଥମିକତା ଭିତିରେ ଟିକା ଦିଆଯାଉଛି । ୩ କୋଟି ୩୧ ଲକ୍ଷରୁ ଅଧିକ ପିଲା ବର୍ତମାନ ସୁଦ୍ଧା କରୋନା ଟିକାର ପ୍ରଥମ ଡୋଜ୍ ନେଇ ସାରିଲେଣି ।

ଜାନୁଆରୀ ୩ରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ମାତ୍ର ୧୩ ଦିନରେ ୪୫ ପ୍ରତିଶତଙ୍କୁ ଟିକା ଦିଆସରିଛି । ଜାନୁଆରୀ ଶେଷ ସୁଦ୍ଧା ୭ କୋଟି ୪୦ ଲକ୍ଷଙ୍କୁ ପ୍ରଥମ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହା ପରେ ଫେବ୍ରୁଆରୀ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ୍ ଟିକାକରଣ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଡକ୍ଟର ଅରୋରା । ଫେବୃଆରୀ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜର ଲକ୍ଷ୍ୟ ମଧ୍ୟ ସମାପ୍ତ ହେବ । ସେଥିପାଇଁ ଆମେ ଫେବୃଆରୀ ଶେଷ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରୁ ୧୨ରୁ ୧୪ବର୍ଷ ମଧ୍ୟରେ ପିଲାମାନଙ୍କୁ ଟିକା ଦେବା ଆରମ୍ଭ କରିବୁ ।

Related Posts