ଟିକେଟ ଆଶାୟୀ ବୋହୂକୁ ଶ୍ୱଶୁର ଶିବପାଲ ଯାଦବଙ୍କ ପରାମର୍ଶ, ପ୍ରଥମେ ସମାଜବାଦୀ ପାର୍ଟି ପାଇଁ କାମ କର ତା’ ପରେ ଟିକେଟ ମାଗ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଆଉ କିଛି ଦିନ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ସମସ୍ତ ଦଳ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛନ୍ତି । ହେଲେ ନିର୍ବାଚନ ପୂର୍ବରୁ ନେତାମାନଙ୍କର ଦଳବଦଳୀ ପରମ୍ପରା ଉତ୍ତରପ୍ରଦେଶରେ ହେଉଥିବାର ଦେଖିବାକୁ ମିଳୁଛି । ଅନେକ ନେତା ନିଜ ଦଳ ଛାଡ଼ି ଅନ୍ୟ ଦଳ ମୁହଁ ହେବାରେ ଲାଗିଛନ୍ତି । ଏହା ମଧ୍ୟରେ ମୁଲାୟମ ସିଂହ ଯାଦଙ୍କ ଛୋଟ ବହୁ ଅର୍ପର୍ଣ୍ଣା ଯାଦବ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଠିକ ସେତିକି ବେଳେ ଶିବପାଲ ସିଂହ ଯାଦବ ତାଙ୍କୁ ପରାମର୍ଶ ଦେଇଥିବାର କଥା ସାମ୍ନାକୁ ଆସିଛି । ତେବେ ଅପର୍ଣ୍ଣା ବର୍ତ୍ତମାନ ସମାଜବାଦୀ ପାର୍ଟିରେ ରହିବା ଆବଶ୍ୟକ । ସେ ପାର୍ଟି ପାଇଁ କାମ କରିବା ଉଚିତ । ଏହା ପରେ ଯାଇ ଟିକେଟ ପାଇବା ଆଶା ରଖନ୍ତୁ ବୋଲି ଶିବପାଲ ସିଂହ ଯାଦବ ତାଙ୍କୁ ପରାମର୍ଶ ଦେଇଛନ୍ତି ।

ସେପଟେ ଗତ କିଛି ଦିନ ହେବ ଅପର୍ଣ୍ଣା ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି। ସେ ୨୦୧୭ ରେ ଲକ୍ଷ୍ନୌ କ୍ୟାଣ୍ଟ ସିଟରୁ ଏସପି ଟିକେଟ୍ ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ସେ ଜିତି ପାରିନଥିଲେ । ସେବେଠାରୁ ସମୟକ୍ରମେ ସେ ବିଜେପିରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ଚାଲିଆସୁଛି । କିନ୍ତୁ ଅନେକ ଥର ସେ ନିଜେ ଏହାକୁ ଅସ୍ୱୀକାର କରିଛନ୍ତି। ହେଲେ ଏଥର ଏହା ଉପରେ ଶିବପାଲ ସିଂ ଯାଦବ ତାଙ୍କୁ ଏସପିରେ ରହିବାକୁ ଏବଂ ପାର୍ଟିରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ।

ପ୍ରାର୍ଥୀମାନେ ଏସପିଙ୍କ ପ୍ରତୀକ ଉପରେ ଫିଲ୍ଡିଂ କରିବେ । ଶିବପାଲ ସିଂ ଯାଦବ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ନିଜ ପ୍ରାର୍ଥୀଙ୍କୁ ସମାଜବାଦୀ ପାର୍ଟିର ପ୍ରତୀକ ଉପରେ ରଖିବେ। ସେମାନଙ୍କର ପ୍ରାର୍ଥୀଙ୍କ ପାଖରେ କୌଣସି ଅଲଗା ପ୍ରତୀକ ରହିବ ନାହିଁ । କାହିଁକିନା ୨୦୨୨ ମସିହାରେ ମସିହାରେ ଏସପି ସରକାର ଗଠନ ହେବ ଏବଂ ଅଖିଳେଶ ଯାଦବ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ବୋଲି ଶିବପାଲ ସିଂହ ଯାଦବ ଗଚ୍ଚମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି ।

Related Posts