ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ ): ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିନ୍ତା ବଢ଼ାଇବାରେ ଲାଗିଛି । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହା ମଧ୍ୟରେ ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିବାର କଥା ସାମ୍ନାକୁ ଆସିଛି । ତେବେ ସଂକ୍ରମଣ ବୃଦ୍ଧି ପାଉଥିବାର ଏପରି କରାଯାଇଥିବାର ସୂଚନା ମିଳିଛି । ଏନେଇ ବେସାମରିକ ବିମାନ ଚଳାଚଳ ମହାନିଦେ୍ର୍ଦଶକ ନିଦେ୍ର୍ଦଶନାମା ଜାରି କରିଛନ୍ତି ।

ସେପଟେ ଏୟାର ବବଲ ଏଗ୍ରିମେଣ୍ଟ ଓ ବନ୍ଦେ ଭାରତ ମିଶନ ଯୋଜନାରେ ବିମାନ ସେବା ଜାରି ରହିବ ବୋଲି କୁହାଯାଇଛି । ପୂର୍ବ ବ୍ୟବସ୍ଥା ପରି କାର୍ଗୋ ଫ୍ଲାଇଟ ସେବା ମଧ୍ୟ ଜାରି ରହିବ ବୋଲି ସୂଚନା ମିଳିଛି । ଦେଶରେ ପ୍ରତ୍ୟେକ ଦିନ ହଜାର ହଜାର ସଂକ୍ରମିତ ଚିହ୍ନଟ ହୋଉଥିବାର କେନ୍ଦ୍ର ସରକାର ଏପରି ନିଷ୍କତ୍ତି ନେଇଛନ୍ତି ।