ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ଆଉ କିଛି ଦିନ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଲୋକମାନେ ନିଜ ଅଞ୍ଜଳରୁ ପ୍ରାର୍ଥୀ ଚୟନ କରିବେ ଏବଂ ସେମାନଙ୍କୁ ବିଧାନସଭାକୁ ପଠାଇବେ । ସେପଟେ ପାଞ୍ଚ ବର୍ଷ ପୂର୍ବରେ ମଧ୍ୟ ସମାନ ଘଟଣା ଘଟିଥିଲା । ଲୋକମାନେ ସେମାନେ ସେମାନଙ୍କର ବିଧାୟକମାନଙ୍କୁ ମନୋନୀତ କଲେ ଏବଂ ବିଧାନସଭାକୁ ପଠାଇଲେ । ଲୋକମାନେ ଏଇଆ ଭାବିକି ସେମାନଙ୍କୁ ବାଛିଥିଲେ ଯେ ନେତାମାନେ ତାଙ୍କର ଅସୁବିଧାକୁ ବୁଝିବେ । ବିଧାନସଭାରେ ଏସବୁକୁ ଜଣାଇ ଏହାର ପ୍ରତିକାର ବାହାର କରିବେ । ଏଇଠି ପ୍ରଶ୍ନ ଉଠୁଛି ସେମାନେ ଏପରି କରିଛନ୍ତି କି ? ଲୋକମାନଙ୍କର ସମସ୍ୟାକୁ ସରକାରଙ୍କ ଆଗରେ ରଖିଛନ୍ତି କି ? ସେପଟେ ଭୋଟ୍ ଦେବା ସମୟରେ, ଅଳ୍ପ ଲୋକ ଜାଣନ୍ତି ଯେ ସେମାନେ ବିଧାନସଭାରେ କେତେ ପ୍ରଶ୍ନ ପଚାରିଥିଲେ, ଶେଷ ଥର ପାଇଁ ସେମାନେ ବାଛିଥିଲେ ।
ଏଭଳି ପରିସ୍ଥିତିରେ ବିଧାନସଭା ଭିତରେ ୟୁପି ବିଧାୟକଙ୍କ ରିପୋର୍ଟ କାର୍ଡ କିପରି ଅଛି ତାହା ଜାଣିବା ଆବଶ୍ୟକ ପଡ଼ିଥାଏ । ଏହା ମଧ୍ୟରେ ୧୭୪ ଜଣ ବିଧାୟକ ପାଞ୍ଚ ବର୍ଷ ମଧ୍ୟରେ ଗୋଟିଏ ବି ପ୍ରଶ୍ନ ପଚାରି ନାହିଁ । ଏହା ଆଶ୍ଚର୍ଯ୍ୟଜନକ ଲାଗୁଥିଲେ ମଧ୍ୟ ଏହା ମାନିବାକୁ ପଡ଼ିବ । ଏହା ସତ ଅଟେ । ୨୦୧୭ ରେ ନିର୍ବାଚିତ ହୋଇଥିବା ବିଧାୟକଙ୍କ ମଧ୍ୟରୁ ୧୭୪ ଜଣ ଏପରି, ଯେଉଁମାନେ ୫ ବର୍ଷରେ ଗୋଟିଏ ପ୍ରଶ୍ନ ମଧ୍ୟ ପଚାରି ନାହାଁନ୍ତି। ଏସବୁ ଛଡ଼ା ସବୁଠାରୁ ରୋଚକ କଥାଟି ହେଉଛି ପିଆରଏସ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ୧୪୭ ବିଜେପି ବିଧାୟକ ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି । ଅନ୍ୟପଟେ ସମାଜବାଦୀ ପାର୍ଟିର ବିଧାୟକମାନେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେମାନଙ୍କର ସଂଖ୍ୟା ୧୯ ଅଟେ । ଏହା ପରେ ଆପନା ଦଳର ନେତାମାନେ ଅଛନ୍ତି । ଆପନା ଦଳର ୩ ଜଣ ନେତା ଏବଂ ବିଏସିପିର ୨ ଜଣ ନେତା ଅଛନ୍ତି । ସେପଟେ ୨୮ ବିଧାୟକ ଏପରି ଅଛନ୍ତି ଯେଉଁମାନେ ପାଞ୍ଚ ବଷଁ ମଧ୍ୟରେ ମାତ୍ର ଗୋଟିଏ ହିଁ ପ୍ରଶ୍ନ ପଚାରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।