ଦିଲ୍ଲୀ ଦଙ୍ଗାରେ ପ୍ରଥମ ଦଣ୍ଡ ଶୁଣାଣି; ଡ଼କାୟତି ଓ ପୋଡ଼ାଜଳା ପାଇଁ ଅଭିଯୁକ୍ତକୁ ୫ ବର୍ଷର ଦଣ୍ଡାଦେଶ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଉତ୍ତରପୂର୍ବ ଦିଲ୍ଲୀ ଦଙ୍ଗା ମାମଲାରେ ଆଜି କୋର୍ଟ ପ୍ରଥମ ଦଣ୍ଡ ଶୁଣାଣି କରିଛନ୍ତି । ତେବେ ଦିଲ୍ଲୀର ଏକ କୋର୍ଟ ଦିନେଶ ଯାଦବ ନାମକ ଜଣେ ବ୍ୟକ୍ତିଙ୍କୁ ପାଞ୍ଚ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସେପଟେ ଡ଼କାୟତି ଓ ଅଗ୍ନି ସଂଯୋଗ ପାଇଁ ଯାଦବଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଅନ୍ୟପଟେ ୨୫ ଡିସେମ୍ବର ୨୦୨୦ ମସିହାରେ ମନୋରୀ ନାମକ ଜଣେ ମହିଳାଙ୍କ ଘରେ ନିଆଁ ଲାଗିଯାଇଥିଲା । ଏହା ପରେ ଦଙ୍ଗାକାରୀମାନେ ତାଙ୍କ ଘରୁ ଚୋରି କରିଥିଲେ ।

ଏହାର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ ମନୋରୀ ନିଜ ଜୀବନକୁ ରକ୍ଷା କରିବାକୁ ଯାଇ ଛାତରୁ ଡେଇଁ ପଡ଼ିଥିଲେ । ପରେ ସେ ଏକ ହିନ୍ଦୁ ପରିବାରର ଘରେ ଲୁଚି ରହିଥିଲେ । ଏହା ପରେ ପୁଲିସ ତାଙ୍କ ପରିବାରକୁ ଉଦ୍ଧାର କରି ତାଙ୍କ ଘରକୁ ନେଇଯାଇଥିଲା । ଏହି ପରିପ୍ରେକ୍ଷୀରେ କୋର୍ଟ ୨ ଜଣ ପୋଲିସର ବିବୃତ୍ତିକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରିଛନ୍ତି। ଏବଂ ଦାଙ୍ଗାକାରୀଙ୍କ ସହ ଦିନେଶକୁ ତୁଳନା କରିଥିଲେ । କିନ୍ତୁ ମାନୋରୀଙ୍କ ଘର ଦିନେଶ ଜାଳି ଦେଉଥିବାର କେହି ଦେଖିନାହାନ୍ତି ବୋଲି କୋର୍ଟ କହିଛନ୍ତି ।

Related Posts