ଗୁଜରାଟରେ କଂଗ୍ରେସ ୫ଟି ଆସନ ଜିତି ପାରିବ ନାହିଁ: ଅରବିନ୍ଦ କେଜ୍ରିଓ୍ଵାଲ

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ଆରମ୍ଭ ହୋଇଯାଇଛି ପ୍ରଚାର । ଏହାରି ମଧ୍ୟରେ ଅହମ୍ମଦାବାଦରେ ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ରାଜ୍ୟ ବାସୀଙ୍କୁ ସମ୍ବୋଧିତ କରିବା ସହ ନିଜ ସଚ୍ଚୋଟତା ର କଥା କହିଛନ୍ତି । ସେ କହିଛନ୍ତି ମୋର ବିଚାରଧାରା ଚରମ ଦେଶଭକ୍ତି ଏବଂ ଚରମ ସଚ୍ଚୋଟତାରେ ରହିଛି। ଗୁଜରାଟର । ସେ କହିଛନ୍ତି, କାଲି ଯଦି ମୋ ପୁଅ ଭୁଲ୍ କରେ ତେବେ ତାକୁ ବି ଛାଡିବି ନାହିଁ।

ଗୋପାଲ ଇଟାଲିୟାଙ୍କ ମାମଲାରେ କେଜ୍ରିଓ୍ଵାଲ କହିଛନ୍ତି, ଜନତାଙ୍କୁ ଏଥିରେ କୌଣସି ନେଣଦେଣ ନାହିଁ। ଜନତାଙ୍କୁ ରୋଜଗାରରେ ମତଲବ ରହିଛି। ଜନତା ଆଜି ଆମକୁ ଏଥିପାଇଁ ପସନ୍ଦ କରୁଛନ୍ତି କାରଣ ଆମେ ଦରବୃଦ୍ଧି କମ କରିବା, ସ୍କୁଲ ନିର୍ମାଣ କରିବା, ହସ୍ପିଟାଲ୍ ନିର୍ମାଣ କରିବା, ମାଗଣା ଚିକିତ୍ସା, ମାଗଣା ବିଜୁଳି ଆଦି ପ୍ରସଙ୍ଗ ଉପରେ କାମ କରୁଛୁ।

କେଜ୍ରିଓ୍ଵାଲ ଏହା ମଧ୍ୟ କହିଛନ୍ତି ଯେ, ମୋତେ ରାଜନୀତି କରି ଆସେନି। ଗୁଣ୍ଡାଗର୍ଦ୍ଦି ଦରକାର ଏବଂ ରାଜନୀତ ଯଦି ଦରକାର ତେବେ ସେମାନଙ୍କୁ ଭୋଟ୍ ଦେଇଦେବେ। ମାତ୍ର ସ୍କୁଲ, ହସ୍ପିଟାଲ୍ ଦରକାର ତ ମୁଁ ଏହି କାମ କରି ପାରିବି। ଯଦି ଏମିତି କାମ ଦରକାର ତେବେ ମୋତେ ଭୋଟ୍ ଦେବେ। କାରଣ ମୁଁ ଜଣେ ଇଞ୍ଜିନିୟର। ଲୋକେ ମୋତେ ଗାଳି ଦିଅନ୍ତି ବୋଲି କେଜ୍ରିଓ୍ଵାଲ କହିଛନ୍ତି।

କଂଗ୍ରେସକୁ ନେଇ କେଜ୍ରିଓ୍ଵାଲ କହିଛନ୍ତି ଯେ, କେହି ଏହାକୁ ଗମ୍ଭୀରତାର ସହ ନେଉ ନାହାନ୍ତି। ଗୁଜରାଟବାସୀ କଂଗ୍ରେସକୁ ଭୋଟ୍ ଦେଇ ନିଜର ଭୋଟ୍ ଖରାପ କରନ୍ତୁ ନାହିଁ। ଏଥର ଗୁଜରାଟରେ କଂଗ୍ରେସ ୫ଟି ଆସନ ଜିତି ପାରିବ ନାହିଁ ।

Related Posts