ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ଘୋଷଣା । ଏନେଇ କଂଗ୍ରେସ ଯୁବ ଘୋଷଣାପତ୍ର ମଧ୍ୟ ପ୍ରକାଶ କରିଥିବାର ଦେଖିବାକୁ ମିଳିଛି । ଯେଉଁଠାରେ ୨୦ ଲକ୍ଷ ସରକାରୀ ଚାକିରି ସହ ୮ଟି ପ୍ରତିଶ୍ରୁତି କଂଗ୍ରେସ ଦେଇଛି । ଦଳ କ୍ଷମତାକୁ ଆସିଲେ ୨୦ ଲକ୍ଷ ସରକାରୀ ଚାକିରି ଦେବ । ୮ ଲକ୍ଷ ସରକାରୀ ପଦବୀ ମହିଳାଙ୍କ ପାଇଁ ରହିବ । ଏହା ସହ ପରିକ୍ଷାର୍ଥୀଙ୍କ ପାଇଁ ମାଗଣା ବସ ଓ ଟ୍ରେନ ସେବା ମଧ୍ୟ ପ୍ରଦାନ କରାଯିବ । ଏହା ସହ ଖାଲି ଥିବା ଦେଢ ଲକ୍ଷ ଶିକ୍ଷକ ପଦବୀ ପୂରଣ କରାଯିବ ।
୩୦ ବର୍ଷରୁ ଅଧିକ ଉଦ୍ୟମୀଙ୍କୁ ପ୍ରାଥମିକତା ଦିଆଯିବ । ଏହି ଅବସରରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ବିଜେପିକୁ ଟାର୍ଗେଟ୍ କରିଥିଲେ । ତେବେ ସରକାର କେବଳ ଉଦ୍ୟୋଗପତିଙ୍କ ହାତକୁ ମଜବୁତ କରୁଛି । ଉତ୍ତରପ୍ରଦେଶରେ ପ୍ରତି ୨୪ ଘଂଟାରେ ପାଖାପାଖି ୮୮୦ ଜଣ ଯୁବକ ନିଜର ରୋଜଗାର ହରାଉଛନ୍ତି । ବିଜେପି ସରକାରର ଏହି ୫ ବର୍ଷ ମଧ୍ୟରେ ପାଖାପାଖି ୧୬ ଲକ୍ଷ ଯୁବକ ସେମାନଙ୍କ ରୋଜଗାର ହରାଇଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ।





