କୋଲିକତା(ସତ୍ୟପାଠ ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ଅବସରରେ ଚାରି ଜଣଙ୍କୁ ପଦ୍ମବିଭୂଷଣ, ୧୭ ଜଣଙ୍କୁ ପଦ୍ମଭୂଷଣ ଓ ପଦ୍ମଶ୍ରୀ ପାଇଁ ୧୦୭ ଜଣଙ୍କ ନାମ ଘୋଷଣା କରାଯାଇଛି । ଏହି ତାଲିକାରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆର ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ନାମ ମଧ୍ୟ ସାମିଲ ଥିବାର ଦେଖିବାକୁ ମିଳିଛି । ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ପଦ୍ମ ଭୂଷଣ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ମୁଁ ଏହି ପୁରସ୍କାର ବିଷୟରେ କିଛି ଜାଣି ନାହିଁ । ମୋତେ ଏ ବିଷୟରେ କେହି କିଛି କହି ନାହାନ୍ତି । ଯଦି ସେମାନେ ମୋତେ ସତରେ ପଦ୍ମଶ୍ରୀ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ତାହାଲେ ମୁଁ ଏହାକୁ ଗ୍ରହଣ କରିବାକୁ ମନା କରିଦେଉଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ କହିଛନ୍ତି । କିନ୍ତୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦାବି କରିଛି ଯେ ଜଣେ ଅଧିକାରୀ ଭଟ୍ଟାଚାର୍ଯ୍ୟଙ୍କ ବାସଭବନକୁ ଯାଇ ତାଙ୍କ ପତ୍ନୀଙ୍କୁ ଏ ବିଷୟରେ ଅବଗତ କରାଇଛନ୍ତି ।

ହେଲେ ପୁରଷ୍କାର ଗ୍ରହଣ କରିବାକୁ ତାଙ୍କ ପରିବାର ଅନିଚ୍ଛା ପ୍ରକାଶ କରିବାରୁ ତାଙ୍କ ବାସଗୃହରୁ ଗୃହ ମନ୍ତ୍ରଣାଳୟର ଅଧିକାରୀ ଜଣଙ୍କ ଫେରିଆସିଥିଲେ । ଅନ୍ୟପଟେ ୭୭ ବର୍ଷୀୟ କମ୍ୟୁନିଷ୍ଟ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ୨୦୦୦ ମସିହାରୁ ୨୦୧୧ ମସିହା ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ । ସେପଟେ ଭଟ୍ଟାଚାର୍ଯ୍ୟଙ୍କ ଏପରି କାର୍ଯ୍ୟକଳାପକୁ ତାଙ୍କ ଦଳ ମଧ୍ୟ ସମର୍ଥନ ଜଣାଉଥିବାର ଦେଖିବାକୁ ମିଳିଛି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । କେବଳ ଏତିକି ନୁହେଁ ବରଂ ରାଜ୍ୟରୁ ଏପରି ପୁରସ୍କାର ହ୍ରାସ କରିବାରେ ସିପିଆଇ ନୀତି ସ୍ଥିର କରିଛି । ଏବଂ ଆମର କାର୍ଯ୍ୟ ପୁରସ୍କାର ପାଇଁ ନୁହେଁ ବରଂ ଲୋକଙ୍କ ପାଇଁ ବୋଲି ସିପିଆଇ ପକ୍ଷରୁ କୁହାଯାଇଛି । ଏହା ମଧ୍ୟରେ କଂଗ୍ରେସ ନେତା ଜୟରାମ ରମେଶ ଏନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି ।

ତେବେ ସେ ଆଜାଦ ଗୁଲାମ ନୁହଁନ୍ତି । ତେଣୁ ସେ ଏହି ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କହିଛନ୍ତି । ସେପଟେ ଭଟ୍ଟାଚାର୍ଯ୍ୟଙ୍କ ଏପରି କାର୍ଯ୍ୟକଳାପକୁ ବିଜେପି ନେତା ପ୍ରୀତି ଗାନ୍ଧି କଠୋର ନିନ୍ଦା କରିଥିବାର ଦେଖିବାକୁ ମିଳିଛି । ତେବେ ପଦ୍ମଭୂଷଣକୁ ପ୍ରତ୍ୟାଖ୍ୟାନ କରି ବିଜେପି ନୁହେଁ ବରଂ ଦେଶକୁ ଅପମାନିତ କରିଛନ୍ତି। ପଦ୍ମ ପୁରସ୍କାର କୌଣସି ଦଳ କିମ୍ବା ଆଦର୍ଶର ନୁହେଁ। ଯଦି ତୁମର ଦେଶ ତୁମକୁ ଦେଇଥିବା ସମ୍ମାନର ପ୍ରତିକ୍ରିୟାରେ ଏହିପରି ହୁଏ, ତେବେ ଏହା କେବଳ ତୁମର ଚରିତ୍ରକୁ ପ୍ରକାଶ କରିଥାଏ ବୋଲି ବିଜେପି ନେତ୍ରୀ କହିଛନ୍ତି ।