ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଆଇଆଇଟି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏକ ପ୍ରମୁଖ ଅନୁଷ୍ଠାନ ଭାବରେ ବେଶ ଜଣାଶୁଣା । ସରକାରଙ୍କ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ ଅଧୀନରେ ଥିବା କଲେଜଗୁଡ଼ିକ ମଧ୍ୟରେ ୧୪ ତମ ସ୍ଥାନ ଅଧିକାର କରିଛି । ଏହା ମଧ୍ୟରେ ହଂସରାଜ କଲେଜରେ ଗୋଟିଏ ନୂଆ ବିଭାଗ ଯୋଡ଼ି ହୋଇଯାଇଛି । ତେବେ କଲେଜରେ ଗାଈ ସଂରକ୍ଷଣ ଓ ଅନୁସନ୍ଧାନ କେନ୍ଦ୍ର ସ୍ଥାପନ କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଏହାର ନାମ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଗାଈ ସଂରକ୍ଷଣ ଓ ଅନୁସନ୍ଧାନ ବୋଲି ରଖାଯାଇଛି । ବର୍ତ୍ତମାନ କେବଳ ଗୋଟିଏ ଗାଈରୁ ଆରମ୍ଭ କରାଯାଇଛି । ଆଗକୁ ଯଦି ଏହାର ଚାହିଦା ବଢ଼ିବାକୁ ଲାଗିଲା ତାହାଲେ ଏହାକୁ ବିସ୍ତାର କରାଯିବ ବୋଲି କଲେଜର ପ୍ରିନ୍ସପାଲ ରାମ କହିଛନ୍ତି । ଅନ୍ୟପଟେ କେନ୍ଦ୍ର କେବଳ ଗାଈ ବିଭିନ୍ନ ଦିଗ ଉପରେ ଗବେଷଣା” କରିବ ନାହିଁ । ଏହା ଛାତ୍ରମାନଙ୍କ ପାଇଁ ଶୁଦ୍ଧ କ୍ଷୀର ଏବଂ ଘିଅ ମଧ୍ୟ ଯୋଗାଇବ ।

ଏବଂ ପରିସରରେ ପ୍ରତ୍ୟେକ ମାସ ଆୟୋଜିତ ହୋମରେ ମଧ୍ୟ ଏହାକୁ ବ୍ୟବହାର କରାଯାଇ ପାରିବ । ସେପଟେ ଗୋଟିଏ ଡିଏବି ଟ୍ରଷ୍ଟ କଲେଜ ରହିଛି । ଯାହାର ଅଧାର ହେଉଛି ଆର୍ଯ୍ୟ ସମାଜ । ତେଣୁ ଆମେ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଯଜ୍ଞ କରିଥାଉ । ଯେଉଁଥିପାଇଁ ପ୍ରତ୍ୟେକ ଥର ଆମକୁ ବଜାରରୁ ଘିଅ ଆଣିବାକୁ ପଡ଼ିଥାଏ । ଏହି ଯୋଜନା ଆରମ୍ଭ ହେବା ଫଳରେ ଆମେ ଘିଅ ପାଇଁ ଆତ୍ମନିର୍ଭର ହୋଇ ପାରିଛୁ । ଯଜ୍ଞରେ ଶିକ୍ଷକ, କର୍ମାଚାରୀ ଓ ଛାତ୍ରମାନେ ଯୋଗ ଦେଇଥାନ୍ତି । ବର୍ତ୍ତମାନ କିଛି ଗାଈଙ୍କୁ ନେଇ ଆରମ୍ଭ କରାଯାଉଛି । ହେଲେ ଭବିଷ୍ୟତରେ ଗାଈମାନଙ୍କର ସଂଖ୍ୟାକୁ ବଢ଼ାଯିବ ବୋଲି କଲେଜର ପ୍ରିନ୍ସିପାଲ କହିଛନ୍ତି ।