ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଦେଶର ପାଞ୍ଚଟି ସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ହେଲେ ନିର୍ବାଚନ ପୂର୍ବରୁ ହିଁ ଅନେକ ନେତାମାନେ ନିଜ ଦଳ ଛାଡ଼ି ଅନ୍ୟଦଳରେ ଯାଇ ମିଶିବାରେ ଲାଗିଛନ୍ତି । ଏହା ମଧ୍ୟରେ ଉତ୍ତରପ୍ରଦେଶରେ କଂଗ୍ରେସ ଛାଡ଼ି ବିଜେପିରେ ମିଶିବାରୁ ପଞ୍ଜାବରେ ତାଙ୍କ ପତିଙ୍କ ଟିକେଟ ପାଇବା ଆଶା ମଉଳିଯାଇଥିବାର କଥା ସାମ୍ନାକୁ ଆସିଛି । ଏ ଘଟଣା କୌଣସି ଫିଲ୍ମର ଅଂଶ ନୁହଁ ବରଂ ଏପରି ଘଟିଛି ଏଇ ବିଧାନସଭା ନିର୍ବାଚନରେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଅଟେ । ତେବେ ପଞ୍ଜାବର ନୱାସହର ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ବିଧାୟକ ଅଙ୍ଗଦ ସିଂଙ୍କ ପତ୍ନୀ ଅଦିତି ସିଂହ ୟୁପିରେ ବିଜେପି ପ୍ରାର୍ଥୀ ହୋଇଛନ୍ତି। ଏହାର ପ୍ରଭାବ ପଞ୍ଜାବରେ ଦୃଶ୍ୟମାନ ହେଉଛି । ସେପଟେ ଅଦିତି ସିଂହ ରାୟବରେଲି ବିଧାନସଭା କ୍ଷେତ୍ରରୁ କଂଗ୍ରେସର ପ୍ରାର୍ଥୀ ଥିଲେ । କିନ୍ତୁ ବର୍ତ୍ତମାନ ସେ ବିଜେପି ଟିକେଟରେ ଲଢ଼ିବାକୁ ଯାଉଛନ୍ତି ।
ଅପରପକ୍ଷରେ ଏହାର ପ୍ରଭାବ ସିଧାସଳଖ ପଞ୍ଜାବ କଂଗ୍ରେସ ଉପରେ ପଡ଼ିଛି । କାହିଁକିନା ବର୍ତ୍ତମାନ ବିଧାୟକ ହୋଇଥିଲେ ମଧ୍ୟ ଅଦିତି ସିଂହଙ୍କ ପତିଙ୍କ ଟିକେଟକୁ କଂଗ୍ରେସ ଅଟକାଇ ରଖିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଏଥର ଦଳ ସୂତାରାନା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ନିର୍ମଳ ସିଂ, ଅମରଗଡର ବିଧାୟକ ସୁରଜିତ ଧିମାନ ଏବଂ ଫେରେଜପୁର ଦେହତିରୁ ବିଧାୟକ ତଥା ସମ୍ରାଲାର ଚାରିଥର ବିଧାୟକ ଅମରିକ ସିଂ ଧିଲନଙ୍କ ଟିକେଟକୁ ଦଳ କାଟିଦେଇଛି । ଫଳରେ କଂଗ୍ରେସରେ ବର୍ତ୍ତମାନ ନେତାମାନେ ବିଦ୍ରୋହ କରିବାରେ ଲାଗିଛନ୍ତି । ସମରାଲାର ଚାରିଥର ବିଧାୟକ ଅମ୍ରିକ୍ ସିଂ ଧିଲନ୍ କହିଛନ୍ତି ଯେ ଦଳ ଜଣେ ବାହାର ଲୋକଙ୍କୁ ଟିକେଟ୍ ଦେଇ ଏଠାରେ ଲୋକଙ୍କ ପ୍ରତି ଅନ୍ୟାୟ କରିଛି।
ସେ ଖୁବ୍ ଶୀଘ୍ର ଏକ ସଭା ଡାକିବେ ଏବଂ ନିଷ୍ପତ୍ତି ନେବେ । ସେପଟେ କଂଗ୍ରେସରେ ଅଦିତି ସିଂହଙ୍କ ସ୍ୱାମୀଙ୍କ ଅବସ୍ଥା ବର୍ତ୍ତମାନ ଦଳରେ ଶୋଚନୀୟ । ଯଦି ପଞ୍ଜାବରେ ବିଜେପି ଏକ ଶକ୍ତିଶାଳୀ ସ୍ଥିତିରେ ଥାଆନ୍ତା, ତେବେ ସେ ମଧ୍ୟ ବିଜେପିରେ ଯୋଗଦେବାକୁ ଚିନ୍ତା କରିଥାନ୍ତେ । କିନ୍ତୁ ତାଙ୍କ ଅଞ୍ଚଳରେ କଂଗ୍ରେସ ଶକ୍ତିଶାଳୀ। ଯଦି କଂଗ୍ରେସ ତାଙ୍କୁ ଟିକେଟ୍ ଦିଏ ନାହିଁ, ତା’ହେଲେ ଏକ ନୂତନ ରାଜନୈତିକ ରାସ୍ତା ବାଛିବା ତାଙ୍କ ପାଇଁ ବହୁତ କଷ୍ଟକର ହେବ। ଅଦିତି ସିଂ ଏବଂ ଅଙ୍ଗଦ ସାଇନି ଡିସେମ୍ବର ୨୦୧୮ ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟଙ୍କ ବିବାହ ଆଦିତ୍ୟଙ୍କ ପିତା ତଥା ପୂର୍ବତନ ବିଧାୟକ ଅଖିଳେଶ ସିଂଙ୍କ ଦ୍ୱାରା କରାଯାଇଥିଲା। ଏ ଖବର ବର୍ତ୍ତମାନ ସାରା ଦେଶର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।





