ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ । ଚାକିରିକୁ ୬ ବର୍ଷ ମଧ୍ୟ ହୋଇନି କିନ୍ତୁ ଘରୁ ବାହାରିଲା ପୁଳାପୁଳା ଟଙ୍କା । ଅର୍ଥାତ ଶିକ୍ଷକ ଚାକିରିରେ ରେଗୁଲାର ହେବାକୁ ୬ ବର୍ଷର ସମୟ ରହିଥାଏ । କିନ୍ତୁ ତା’ପୂର୍ବରୁ ହିଁ ଶିକ୍ଷକଙ୍କ ଘରୁ ମିଳିଲା କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି । ଏହି ଶିକ୍ଷକଙ୍କ ନାମ ହେଉଛି ଶିଶିର ସେମେଳି। ତାଙ୍କ ଘର ସମେତ ୬ଟି ସ୍ଥାନରେ ୪ଟି ଭିଜିଲାନ୍ସ ଟିମ୍ ଚଢ଼ଉ କରି ବର୍ତ୍ତମାନ ସୁଦ୍ଧା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ କରିଛି।

ଏବେ ମଧ୍ୟ ସମ୍ପତ୍ତି ଆକଳନ ଚାଲିଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି।ଆଜିକୁ ୪ରୁ ୫ ବର୍ଷ ତଳେ ରେଗୁଲାର ହୋଇଥିଲେ ଶିକ୍ଷକ ଶିଶିର ସେମେଳି। ସେ ରାୟଗଡ଼ା ବିଇଓ ଅଫିସ୍ରେ କାର‌୍ୟ୍ୟରତ ଅଛନ୍ତି। ଏବେ ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ବିଭାଗର ୪ଟି ଟିମ୍ ୬ଟି ସ୍ଥାନରେ ଚଢ଼ଉ କରି ଶିକ୍ଷକଙ୍କଠାରୁ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରିଛି।