ମାର୍ଚ୍ଚ ୧୦ରେ ମନୱାର ରାଣା ୟୁପି ଛାଡ଼ିବା ପରେ ମୁଁ ଅତ୍ୟନ୍ତ ଦୁଃଖିତ ହେବି; ରାଣାଙ୍କୁ କଟାକ୍ଷ କରି ଏପରି କହିଲେ ଉପମୁଖ୍ୟମନ୍ତ୍ରୀ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ ପ୍ରସିଦ୍ଧ କବି ମୁନୱାର ରାଣା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ବଡ଼ ବୟାନ ଦେଇଥିଲେ । ତେବେ ଯୋଗୀ ଏଥର ଯଦି ମୁଖ୍ୟମନ୍ତ୍ରୀ ହୁଅନ୍ତି ତାହାଲେ ସେ ରାଜ୍ୟ ଛାଡ଼ି ପଳାଇବେ ବୋଲି କହିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ହେଲେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ତାଙ୍କ ବୟାନରେ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ମୁନାଭୱାର ରାଣା ୟୁପି ଛାଡିବା ଦ୍ୱାରା ମୁଁ ଗଭୀର ଦୁଃଖିତ ହେବି। ମାର୍ଚ୍ଚ ୧୦ ତାରିଖ ଅପରାହ୍ନରେ ଫଳାଫଳ ବାହାରିବ, ତେଣୁ ସନ୍ଧ୍ୟା ସୁଦ୍ଧା ଯେତେବେଳେ ସେ ୟୁପି ଛାଡିବେ, ମୁଁ ବହୁତ ଦୁଃଖିତ ହେବି । କାରଣ ଯୋଗୀ ଜି ୧୦ ମାର୍ଚ୍ଚରେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ। ବିଜେପି ଜିତିବ।

ଏବଂ ଯଦି ସେ ୟୁପି ଛାଡିବା କଥା କହିଛନ୍ତି, ତେବେ ଯୋଗୀ ଜି ଆସିବା ପରେ ତାଙ୍କୁ ଯିବାକୁ ପଡିବ । ଏଭଳି ପରିସ୍ଥିତିରେ ୟୁପି ଛାଡିବା ତାଙ୍କ ପାଇଁ ଦୁଃଖଦାୟକ ହେବ ବୋଲି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଯୋଗୀ ସରକାର ସମୟରେ ଉତ୍ତରପ୍ରଦେଶର ପରିବେଶ ଅତ୍ୟନ୍ତ ଖରାପ ଅଟେ। ଯଦି ଯୋଗୀ ଆଦିତ୍ୟନାଥ ପୁନର୍ବାର ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ସେ ୟୁପି ଛାଡି ଦିଲ୍ଲୀ-କୋଲକାତା ଯିବେ। ତାଙ୍କ ପୂର୍ବପୁରୁଷମାନେ ପାକିସ୍ତାନ ଯାଇ ନାହାଁନ୍ତି, କିନ୍ତୁ ସେମାନଙ୍କୁ ଏହି ସହର ଛାଡିବାକୁ ପଡିବ ବୋଲି ମୁନୱାର ରାଣା କହିଥିଲେ ।

Related Posts