ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଦେଶର ପାଞ୍ଚଟି ରାଜ୍ୟରେ ଚଳିତ ଥର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜନୈତିକ ଦଳମାନେ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛନ୍ତି । ସେପଟେ ଶାସକ ଦଳ ନିଜ ବିକାଶ କାର୍ଯ୍ୟକୁ କହି ଲୋକଙ୍କୁ ଭୋଟ ମାଗୁଥିବାବେଳେ ବିରୋଧୀ ଶାସକ ଦଳକୁ ଟାର୍ଗେଟ କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ମଥୁରା ବିଧାନସଭା ନିର୍ବାଚନ ଆସନରୁ ପୁଣିଥରେ ଲଢ଼ିବାକୁ ଯାଉଥିବା ରାଜ୍ୟ ଶକ୍ତି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ବଡ଼ ବୟାନ ଦେଇଛନ୍ତି । ତେବେ ଗତ ପାଞ୍ଚ ବର୍ଷ ମଧ୍ୟରେ ବିଜେପି ସରକାର ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । ବିଦ୍ୟୁତ ଯେଗାଣ, ଭିତ୍ତିଭୂମି ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥାର ଉନ୍ନତି ପାଇଁ ବିଜେପି ସରକାର ପାଞ୍ଚ ବର୍ଷ ମଧ୍ୟରେ ଅନେକ କାମ କରିଛନ୍ତି । ପୂର୍ବରୁ ଉତ୍ତରପ୍ରଦେଶ କହିଲେ ଦଙ୍ଗାକାରୀମାନଙ୍କର ରାଜ୍ୟ ବୋଲି କୁହାଯାଉଥିଲା । କିନ୍ତୁ ଆଇନ ଶୃଙ୍ଖଳା ବ୍ୟବସ୍ଥାର ଉନ୍ନତି ପାଇଁ ଉତ୍ତରପ୍ରଦେଶ ବର୍ତ୍ତମାନ ସାରା ଦେଶରେ ଜଣାଶୁଣା ବୋଲି ରାଜ୍ୟ ଶକ୍ତି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା କହିଛନ୍ତି ।
ଏହା ସହ କାଶି ମଡେଲ ଆଧାରରେ ବର୍ତ୍ତମାନ ମଥୁରର ବିକାଶ ହେବାରେ ଲାଗିଛି । ୟୁପିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକସଭା ନିର୍ବାଚନମଣ୍ଡଳୀ ବାରାଣାସୀର “କାଶୀ ମଡେଲ” ଏକ ବଡ଼ ଉଦାହରଣ ଅଟେ । ଯାହା ପ୍ରଧାନମନ୍ତ୍ରୀ ଧାର୍ମିକ ତଥା ସାଂସ୍କୃତିକଐତିହ୍ୟକୁ ପ୍ରୋତ୍ସାହିତ କରୁଛି । ସେପଟେ ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି ସବକା ସାଥ, ସବକା ବିକାଶ କରିବାରେ ଲାଗିଛି । ଅର୍ଥାତ ରାଜ୍ୟବାସୀଙ୍କୁ ବିଜେପି ବିଦ୍ୟୁତ୍, ଟିକା, ରାସନ, ଆୟୁଷ୍ମାନ କାର୍ଡ ଦେଇଆସୁଛି । ଆଗକୁ ମଧ୍ୟ ଏପରି କରିଆସିବ । ଏହା ସହ ରାଜ୍ୟରେ ମନ୍ଦିର ନିର୍ମାଣକୁ ନେଇ ମଧ୍ୟ ରାଜ୍ୟ ଶକ୍ତି ମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି ।
ତେବେ ଆମେ ସମସ୍ତେ ସନାତନୀ ତେଣୁ ଯଦି ଆମେ ମନ୍ଦିର ତିଆରି କରିବା ନାହିଁ ତାହାଲେ କିଏ କରିବ ? ଆମ ଦଳ ରାଜନୀତି ଠାରୁ ଲୋକଙ୍କ ହିତ ପାଇଁ ଅଧିକ ଚିନ୍ତା କରିଥାଏ । ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନ ଭାବରେ ପ୍ରସିଦ୍ଧ ମଥୁରାରେ ଯଦି ସେ ପୁନର୍ବାର ନିର୍ବାଚିତ ହୁଅନ୍ତି, ତାହାଲେ ସେ “କାଶୀ ମଡେଲ” ଅନୁସରଣ କରିବେ ଏବଂ ଧାର୍ମିକ ସ୍ଥାନ ତଥା ଭିତ୍ତିଭୂମି ବିକାଶ କରିବେ ବୋଲି ଶ୍ରୀକାନ୍ତ ଶର୍ମା କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ଏହାର ଚର୍ଚ୍ଚା ଜୋର ଧରିଛି ।





