ପୁଣି ଥରେ ସମସ୍ତଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରିପସନ୍ ୧ କୋଟି ଅତିକ୍ରମ କରିଛି | ଯାହା ବିଶ୍ବର ବଡବଡ ନେତାଙ୍କୁ ପଛରେ ପକାଇ ସର୍ବାଧିକ ରହିଛି । ସେହିପରି ବିଶ୍ବସ୍ତରୀୟ ତାଲିକାରେ 36 ଲକ୍ଷ ସବସ୍କ୍ରାଇବର ସହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋ । ତୃତୀୟ ସ୍ଥାନରେ 30.7 ଲକ୍ଷ ସବସ୍କ୍ରାଇବର ସହିତ ମେକ୍ସିକୋର ରାଷ୍ଟ୍ରପତି ରହିଛନ୍ତି । ଇଣ୍ଡେନେସିଆ ରାଷ୍ଟ୍ରପତିଙ୍କ ୨୮.୮ଲକ୍ଷ ସବସ୍କ୍ରାଇବର ରହିଛି ।

ସେହିପରି ଅନେକ ନେତାଙ୍କ ମଧ୍ୟ ସବସ୍କ୍ରିପ୍ରିସନ ସଂଖ୍ୟା ହ୍ରାସ ପାଇଛି । ଆମେରିକା ରାଷ୍ଟ୍ରପତି ଜୋବାଇଡେନଙ୍କ ସବସ୍କ୍ରାଇବର ୭.୩ଲକ୍ଷ ଓ ହ୍ବାଇଟ ହାଉସର ୧୯ଲକ୍ଷ ସବସ୍କ୍ରାଇବର ରହିଛି । ତେବେ ଜାତୀୟ ନେତାଙ୍କ ତୁଳନାରେ ପିଏମ ମୋଦିଙ୍କ ୟୁଟ୍ୟୁବ୍ ସବସ୍କ୍ରିପ୍ରିସନ ସଂଖ୍ୟା ସବୁଠାରୁ ଅଧିକ ରହିଛି ।ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ 5.25 ଲକ୍ଷ ସବସ୍କ୍ରାଇବର ଅଛନ୍ତି, ଶଶି ଥରୁରଙ୍କର 4.39 ଲକ୍ଷ ସବସ୍କ୍ରାଇବର , AIMIMର ମୁଖ୍ୟଙ୍କର ୩.୭୩ ଲକ୍ଷ ସବସ୍କ୍ରାଇବର ରହିଛନ୍ତି ।