ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ପ୍ରାୟ ସମସ୍ତ ରାଜନୈତିକ ଦଳମାନେ ନିଜର ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ବିଜେପି ଛାଡ଼ି ସମାଜବାଦୀ ପାର୍ଟିରେ ମିଶିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି । ଏଥର କୌଣସ ବୟାନ କିମ୍ବା ଦଳକୁ ନେଇ ନୁହଁ ବରଂ ନିଜର ଆସନକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । କାହିଁକିନା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏଥର ପଡରୌନା ବଦଳରେ ଫାଜିଲନଗରରୁ ଲଢ଼ିବା ପାଇଁ ଯାଉଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ବିରୋଧୀ ଦଳମାନେ ଏହାକୁ କଡ଼ା ସମାଲୋଚନା କରିବାରେ ଲାଗିଛନ୍ତି ।
ଏହା ମଧ୍ୟରେ ଏନେଇ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର । ତେବେ ଏପରି ପରିସ୍ଥିତି ଉପୁଜିଛି ଯେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ତାଙ୍କ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ନୁହଁନ୍ତି। ସେ କେଉଁ କାରଣରୁ ପଡରୌନା ଛାଡ଼ିବାକୁ ପଡ଼ିଲା । ସେ ପରାଜୟକୁ ଭୟ କରୁଥିଲେ କି? ଗୋଟିଏ ପଟେ ସମାଜବାଦୀ ପାର୍ଟି ପ୍ରଚାର ଜୋରଦାର କରୁଥିବାବେଳେ ଅନ୍ୟ ପଟେ ହାରିିବା ଭୟରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ହନ୍ତସନ୍ତ ହେଉଛନ୍ତି। ଏଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।





