ପୁଣି ବଢ଼ିଲା କଟକଣା; ରୋଡ ସୋ’ ଓ ରାଲି ଉପରେ ଲଗାଯାଇଥିବା ଅବଧିକୁ ବୃଦ୍ଧି କଲେ ନିର୍ବାଚନ କମିଶନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣି ବଢ଼ିଲା କଟକଣା । ନିର୍ବାଚନ ପାଇଁ ରୋଡ୍ ସୋ’, ପଦଯାତ୍ରା, ଶୋଭାଯାତ୍ରା ଏବଂ ସାଇକେଲ ସହ ଯାନବାହାନ ରାଲି ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଅବଧିକୁ ବୃଦ୍ଧି କରାଯାଇଛି। ତେବେ କୋଭିଡ ପ୍ରୋଟୋକଲ ମଧ୍ୟରେ ରାଜନୈତିକ ସଭାସମିତି ପାଇଁ କମିଶନ୍ କୋହଳ କରିଛନ୍ତି। କମିଶନ କହିଛନ୍ତି ଯେ, ଇଣ୍ଡୋର ହଲରେ ୫୦ ପ୍ରତିଶତ କ୍ଷମତାରେ ରାଜନୈତିକ ସଭା ସମିତି ହୋଇ ପାରିବ। ଖୋଲା ମୈଦାନରା ୩୦ ପ୍ରତିଶତ କ୍ଷମତାରେ ସଭାସମିତି ହୋଇପାରିବ। ଏହା ବାଦେ ଘରକୁ ଘର ବୁଲି କ୍ୟାମ୍ପେନି ପାଇଁ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି। ରାତି ୮ଟାରୁ ସକାଳ ୮ଟା ପର୍ୟ୍ୟନ୍ତ ପ୍ରଚାର କଟକଣାକୁ ବଳବତ୍ତର ରଖିଛନ୍ତି କମିଶନ।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବଙ୍କ ସହ କୋଭିଡ୍ ପରିସ୍ଥିତି ସଂକ୍ରାନ୍ତୀୟ ଆଲୋଚନା ପରେ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଏଥର କିଛି ନିର୍ଦ୍ଦିଷ୍ଟ ସର୍ତ୍ତରେ ଆଉଟ୍ ଡୋର ମିଟିଂ ପାଇଁ କମିଶନ ଅନୁମିତି ଦେଇଛନ୍ତି। ଖୋଲା ମଞ୍ଚରେ ୩୦ ପ୍ରତିଶତ କ୍ଷମତାକୁ ନେଇ ରାଜନୈତିକ ସଭା ହୋଇ ପାରିବ ବୋଲି କୁହାଯାଇଛି। ଏଥିପାଇଁ ପ୍ରଶାସନିକ ସ୍ତରରରୁ ଅନୁମତି ନେବାକୁ ପଡ଼ିବ। ଚଳିତ ମାସରେ ୟୁପି ସହ ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର, ଗୋଆରେ ବିଧାନ ସଭା ନିର୍ବାଚନ ହେବ।

Related Posts