ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ଦାବିରେ ତେଜିଛି ଜନ ଅସନ୍ତୋଷ | ଫଳରେ ଅସନ୍ତୋଷ ଲୋକମାନେ ଦେଲେ ଧାରଣା | ଭଦ୍ରକ ଚରମ୍ପା ଡଗରା ସାହି ଠାରେ ରେଳ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ଦାବିରେ ପୂର୍ବତନ ବିଧାୟକ ନରେନ ପଲାଇଙ୍କ ନେତୃତ୍ବରେ ସ୍ଥାନୀୟବାସୀଙ୍କ ପକ୍ଷରୁ ଡଗରା ସାହି ଲେବେଲ କ୍ରସିଂଠାରେ ଧାରଣା ଦେଇଛନ୍ତି | ଫଳରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଧାରଣା ଯୋଗୁଁ ଭଦ୍ରକ ଷ୍ଟେସନରେ ଏକ୍ସପ୍ରେସ୍ ଗୁଡିକ ଅଟକି ରହିଛି ।

ଡଗରା ସାହିଠାରେ ଏକ ଓଭରବ୍ରିଜ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲା । ଯେଉଁମାନେ ଜରୁରୀ କାର୍ଯ୍ୟରେ ଆସିଥାନ୍ତି, ରେଳ ଫାଟକ ପଡି ରହିବାରୁ, ହଇରାଣର ସମ୍ମୁଖୀନ ହୋଇଥାନ୍ତି। ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଭର ବ୍ରିଜ୍ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା |

ବ୍ରିଜ୍ ନିର୍ମାଣ ପାଇଁ ଅର୍ଥ ରାଶି ମଞ୍ଜୁର ହୋଇଥିଲେ ମଧ୍ୟ କାର୍ଯ୍ୟ ବିଳମ୍ବ ଯୋଗୁଁ ସୋମବାର ଧାରଣା ଦିଆଯାଇଛି । ପ୍ରତ୍ୟେକ ମାସ ୭ ତାରିଖ ଦିନ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ପ୍ରତୀକାତ୍ମକ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା ଏହି ପରିପ୍ରେକ୍ଷୀରେ ଗତ ଜାନୁଆରୀ ୭ ତାରିଖରେ ଧାରଣା ଦିଆଯାଇଥିବା ବେଳେ ସୋମବାର ବି ଧାରଣା ଦିଆଯାଇଛି |