ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କୁ ଜାମିନ ମିଳିଛି । ରାଣା କପୁର ୩୦୦ କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତି ଘଟଣାରେ ଫସି ଗିରଫ ହୋଇଛନ୍ତି । ତାଙ୍କୁ ମୁମ୍ବାଇର ଗୋଟିଏ ସେସନ୍ସ କୋର୍ଟ ଜାମିନ ପ୍ରଦାନ କରିଥିବାର ସୂଚନା ମିଳିଛି । କୋର୍ଟ ତାଙ୍କୁ ଦେଶ ଛାଡ଼ି ବିଦେଶ ଯିବାକୁ ବାରଣ କରିଛନ୍ତି ଓ ତାଙ୍କ ପାସପୋର୍ଟ ଜବତ କରିବାକୁ କହିଛନ୍ତି। ମାମଲାର ସବୁ ଶୁଣାଣିରେ ସେ କୋର୍ଟରେ ଉପସ୍ଥିତ ରହିବେ। ତାଙ୍କୁ ୫ ଲକ୍ଷ ଟଙ୍କାର ସିକ୍ୟୁରିଟି ଦାଖଲ କରିବାକୁ ମଧ୍ୟ ପଡ଼ିବ। ଏହି ମାମଲାରେ ବ୍ୟବସାୟୀ ଗୌତମ ଥାପର ଓ ଅନ୍ୟ ୭ ଜଣଙ୍କୁ ମଧ୍ୟ ଆଜି ଜାମିନ ମିଳିଛି। ଜାମିନ ମିଳିଥିଲେ ମଧ୍ୟ ରାଣା କପୁର ଓ ଥାପର ଏବେ ଜେଲରୁ ବାହାରି ପାରିବେ ନାହିଁ।

କାରଣ ସେମାନଙ୍କ ନାଁରେ ଅନ୍ୟ କିଛି ମାମଲା ରହିଛି। ଜମି ବିକାରେ ହୋଇଥିବା ଦୁର୍ନୀତି ଘଟଣାରେ ରୁଜୁ ମାମଲାରେ କପୁରଙ୍କୁ ଜାମିନ ମିଳିଛି। ରାଣା କପୁରଙ୍କ ପତ୍ନୀ ବିନ୍ଦୁଙ୍କ ନାଁରେ ଥିବା କମ୍ପାନୀକୁ ଦିଲ୍ଲୀର ଗୋଟିଏ ଜମି ବିକ୍ରି କରାଯାଇଥିଲା। ଏଥିରେ ହେରଫେର ହୋଇଥିବା ଅଭିଯୋଗ ମିଳିବା ପରେ ସିବିଆଇ ସ୍ୱତନ୍ତ୍ର ଭାବେ ମାମଲା ରୁଜୁ କରିଥିଲା। ଏହପାରେ ଇଡି ରାଣା କପୁର, ବିନ୍ଦୁ କପୁର, ଗୌତମ ଥାପର, ଓ ଅନ୍ୟ ୭ ଜଣଙ୍କ ନାଁରେ ମନି ଲଣ୍ଡରିଂ ମାମଲା କରିଥିଲା।

Related Posts